Only for Entertainment

ୱେଡିଂ ଆନିଭର୍ସରୀରେ ଜାହ୍ନବୀ ସେୟାର କଲେ ରୋମାଣ୍ଟିକ ଫଟୋ, ପରସ୍ପରର ବାହୁରେ ନଜର ଆସିଲେ ଶ୍ରୀଦେବୀ-ବୋନି

DNA India
45

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ଏବଂ ପ୍ରଡ୍ୟୁସର ବୋନି କପୁରଙ୍କ ବିବାହକୁ ଶବିବାର ୨୩ ବର୍ଷ ପୂରା ହୋଇଛି । ୨ ଜୁନ ୧୯୯୬ରେ ଶ୍ରୀଦେବୀ ବୋନି କପୁରଙ୍କୁ ବିବାହ କରିଥିଲେ । ଦୁହେଁ ପରସ୍ପର ସହିତ ଖାସ ବଣ୍ଡ ସେୟାର କରୁଥିଲେ । ଶ୍ରୀଦେବୀଙ୍କ ନିଧନକୁ ୧ ବର୍ଷରୁ ଅନଧିକ ସମୟ ହୋଇଯାଇଛି ସତ କିନ୍ତୁ ବୋନି କପୁର ଏବଂ ତାଙ୍କ ଦୁଇ ଝିଅ ଜାହ୍ନବୀ- ଖୁସି ଆଜି ବି ତାଙ୍କୁ ମନେ ପକାନ୍ତି ।

ଶ୍ରୀଦେବୀ ଏବଂ ବୋନି କପୁରଙ୍କ ବିବାହ ବାର୍ଷିକରେ ଜାହ୍ନବୀ କପୁର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଶ୍ରୀଦେବୀ ଏବଂ ବୋନି କପୁର ପରସ୍ପରର ବାହୁରେ ନଜର ଆସିଛନ୍ତି । ଜାହ୍ନବୀ ଫଟୋ ସେୟାର କରି କ୍ୟାପସନରେ ହାର୍ଟ ଇମେଜୀ ଦେଇଛନ୍ତି ।

 

 

View this post on Instagram

 

❤️

A post shared by Janhvi Kapoor (@janhvikapoor) on

ଶ୍ରୀଦେବୀ ଏବଂ ବୋନି କପୁରଙ୍କ ବିବାହ ବିଷୟରେ କହିବାକୁ ଗଲେ ଦୁହିଁଙ୍କ ବିବାହ ଖୁବ ବିବାଦସ୍ପଦ ଥିଲା । ଦୁହିଁଙ୍କ ପ୍ରେମ କାହାଣୀ ୮୦ ଦଶକରେ ଆରମ୍ଭ ହୋଇଥିଲା । ଖବର ଅନୁସାରେ ଶ୍ରୀଦେବୀ ବୋନି କପୁରଙ୍କୁ ବିବାହ କରିବା ବେଳେ ୭ ମାସର ଗର୍ଭବତୀ ଥିଲେ । ବିବାହର କିଛି ମାସ ପରେ ଜାହ୍ନବୀଙ୍କ ଜନ୍ମ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More