Only for Entertainment

କରୀସ୍ମାଙ୍କ ବିବାହ ସମୟରେ ୬ ବର୍ଷର ହୋଇଥିଲେ ଜାହ୍ନବୀ, ମେହେନ୍ଦୀ ଲଗାଉଥିବା ସମୟର ଭିଡ଼ିଓ ଭାଇରାଲ ।

bollywood tadka
30

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଝିଅ ଜାହ୍ନବୀ କପୁର ପ୍ରାୟତଃ ନିଜ ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମ ଧଡ଼କରେ ଡେବ୍ୟୁ କରିବା ପରେ ଜାହ୍ନବୀଙ୍କ ହାତରେ ତଖ୍ତ ଏବଂ ଅନ୍ୟ ଦୁଇ ଦୁଇଟି ଫିଲ୍ମ ରହିଛି । ଯାହା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ଜାହ୍ନବୀ । ନିକଟରେ ତାଙ୍କର ଏକ ପୁରୁଣା ଭିଡ଼ିଓ ଭାଇରାଲ ହେଉଛି ।

ଭିଡ଼ିଓରେ ୨୦୦୩ରେ କରିସ୍ମା କପୁର ଏବଂ ସଂଜୟ କପୁରଙ୍କ ବିବାହ ସମୟର । ଭିଡ଼ିଓରେ ଶ୍ରୀଦେବୀ ମେହେନ୍ଦୀ ଲଗାଉଥିବାର ନଜର ଆସିଛନ୍ତି । ଏହା ସହିତ କୁନି ଜାହ୍ନବୀ ମଧ୍ୟ ହାତରେ ମେହେନ୍ଦୀ ଲଗାଇ ବୁଲୁଥିବାର ନଜର ଆସିଛନ୍ତି । ସେହି ସମୟରେ ଜାହ୍ନବୀ ପ୍ରାୟ ୬ ବର୍ଷର ଥିଲେ । ଏହି ଭିଡ଼ିଓକୁ ଦେଖିବା ପରେ ଫ୍ୟାନ୍ସ ଶ୍ରୀଦେବୀଙ୍କୁ ମନେ ପକାଉଛନ୍ତି ।

୧ ବର୍ଷ ପୂର୍ବରୁ ୨୪ ଫେବୃୟାରୀକୁ ଦୁବାଇର ଏକ ହୋଟେଲରେ ବାଥଟବରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ଯାହାପରେ ସାରା ଦେଶରେ ଦୁଃଖର ଲହଡ଼ି ଖେଳି ଯାଇଥିଲା । ତେବେ ଜାହ୍ନବୀଙ୍କୁ ବଲିଉଡରେ ଡେବ୍ୟୁ କରାଇବା ପାଇଁ ଖୁବ ଚେଷ୍ଟା କରିଥିଲେ ଶ୍ରୀଦେବୀ । କିନ୍ତୁ ଦୁଃଖର କଥାଯେ ଜାହ୍ନବୀଙ୍କ ଡେବ୍ୟୁ ପୂର୍ବରୁ ସେ ଏହି ଦୁନିଆରୁ ବିଦାୟ ନେଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More