Only for Entertainment

ଶ୍ରୀଦେବୀଙ୍କ ଶ୍ରେଷ୍ଠ ଅଭିନେତ୍ରୀ ନ୍ୟାସନାଲ ଆୱାର୍ଡ ଗ୍ରହଣ କରିବେ ଝିଅ ଖୁସୀ କପୁର, ଅଭ୍ୟାସ ସମାରୋହର ଫଟୋ ଭାଇରାଲ

BOLLYWOOD TADKA
0 44

ନ୍ୟାସନାଲ ଆୱାର୍ଡ ୨୦୧୮ର ଘୋଷଣା କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ଶ୍ରୀଦେବୀଙ୍କୁ ଫିଲ୍ମ ‘ମମ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନରେ ସମ୍ମାନୀତ କରାଯିବ ବୋଲି କହିଥିଲେ । ଏହି ଖବର ତାଙ୍କ ପରିବାର ଏବଂ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଆଣିଥିବା ବେଳେ ଏନ୍ୟ ପକ୍ଷରେ ସମସ୍ତଙ୍କ ମନରେ ଗୋଟିଏ ଦୁଃଖ ରହିଛି ଯେ ଏହି ଆୱାର୍ଡକୁ ଗ୍ରହଣ କରିବା ପାଇଁ ଶ୍ରୀଦେବୀ ଆଉ ଆମ ଗହଣରେ ନାହାଁନ୍ତି ।

 

ରିପୋର୍ଟ ଅନୁସାରେ ଏହି ଆୱାର୍ଡକୁ ଶ୍ରୀଦେବୀଙ୍କ ଦୁଇ ଝିଅ ଜାହ୍ନବୀ, ଖୁସୀ ଏବଂ ପତି ବୋନୀ କପୁର ମିଳିତ ଭାବେ ଗ୍ରହଣ କରିବେ ।


କହିରଖୁଛୁ ଯେ ବୁଧବାର ଦିଲ୍ଲୀର ବିଜ୍ଞାନ ଭବନରେ ଏହି ପୁରସ୍କାର ସମାରୋହର ଅଭ୍ୟାସ କରାଯାଇଥିଲା । ଏହି ଅଭ୍ୟାସର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଖୁସୀ, ଜାହ୍ନବୀ ଏବଂ ବୋନୀ କପୁରଙ୍କ ଅଭ୍ୟାସ ସମାରୋହରେ ନିଜ ନିଜ ସ୍ଥାନରେ ବସିଥିବା ଦେଖିବାକୁ ମିଳିଛି । କିନ୍ତୁ ତାଙ୍କ ଚେହେରାରେ ଶ୍ରୀଦେବୀଙ୍କୁ ହରାଇଥିବାର ଦୁଃଖ ମଧ୍ୟ ସ୍ପଷ୍ଟ ଭାବେ ନଜର ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More