Only for Entertainment

Birthday Special :୧୩ ବର୍ଷ ବୟସରେ ମା’ଭୂମିକାରେ ନଜର ଆସିଥିଲେ ଶ୍ରୀଦେବୀ, ରଜନୀକାନ୍ତ ଏବଂ କମଲ ହାସନଙ୍କ ସହିତ ଦେଇଛନ୍ତି ଅନେକ ସୁପରହିଟ ଫିଲ୍ମ

39

ବଲିଉଡ ଅଭିନେୁତ୍ରୀ ଶ୍ରୀଦେବୀ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କ ଅଭିନୟ ଆଜି ମଧ୍ୟ ଲୋକଙ୍କ ହୃଦୟରେ ରହିଛି । ଶ୍ରୀଦେବୀଙ୍କ ହଠାତ ମୃତ୍ୟୁ ଖବର ଶୁଣି ତାଙ୍କ ଫ୍ୟାନ୍ସମାନଙ୍କୁ ଗଭୀର ଆଘାତ ଲାଗିଥିଲା । କାରଣ ଭାରତୀୟ ସିନେମା ଜଣେ ପ୍ରକ୍ଷାତ ଅଭିନେତ୍ରୀଙ୍କୁ ହରାଇଥିଲା । ଶ୍ରୀଦେବୀଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ମମ’ରେ ଦେଖିବାକୁ ମିଳିଥିଲା । ଆଉ ଏହି ଫିଲ୍ମ ପାଇଁ ତାଙ୍କୁ ନ୍ୟାସନାଲ ଆୱାର୍ଡ ମିଳିଥିଲା । ମାତ୍ର ଏହି ଆୱାର୍ଡ ପୂର୍ବରୁ ହିଁ ସେ ଦୁନିଆ ଛାଡି ଚାଲିଯାଇଥିଲେ ।

sridevi

୧୩ ଅଗଷ୍ଟ ୧୯୬୩ରେ ଶ୍ରୀଦେବୀଙ୍କ ଜନ୍ମ ହୋଇଥିଲା । ଶ୍ରୀଦେବୀଙ୍କ ଜନ୍ମତିଥିରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରେଚକ କଥା । ଶ୍ରୀଦେବୀ ଖୁବ ଛୋଟ ବୟସରେ ହିଁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ଅନେକ ତାମିଲ ତେଲଗୁ ଫିଲ୍ମରେ କାମ କରିଛନ୍ତି । ରଜନୀକାନ୍ତ ଏବଂ କମଲ ହାସନଙ୍କ ସହିତ ସେ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି ।

ଶ୍ରୀଦେବୀ ଯେବେ ମାତ୍ର ୧୩ ବର୍ଷର ଥିଲେ ସେତେବେଳେ ସେ ‘ମୁନ୍ଦରୁ ମୁଦିଚୁ’ ନାମକ ଏକ ଫିଲ୍ମରେ ମା’ ଭୂମିକାରେ ନଜର ଆସିଥିଲେ । ଏହା ପରେ ସେ ଅନେକ ସୁପରହିଟ ଫିଲ୍ମରେ ନଜର ଆସିଛନ୍ତି । ବିବାହ ପରେ ଶ୍ରୀଦେବୀ ଲମ୍ବା ସମୟ ପାଇଁ ଫିଲ୍ମରୁ ବ୍ରେକ ନେଇଥିଲେ । ୧୫ ବର୍ଷ ପରେ ସେ ‘ଇଙ୍ଗଲିସ ଭିଙ୍ଗଲିସ’ରେ ପରଦାକୁ ଫେରିଥିଲେ । ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More