Only for Entertainment

‘ଶ୍ରୀଦେବୀ ବଙ୍ଗଲୋ’ର ଦ୍ୱିତୀୟ ଟିଜର ରିଲିଜ ।

40

ଇଂଟରନେଟ ନେସେସନ ପ୍ରିୟା ପ୍ରକାଶ ୱାରିଅର ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ତାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ଶ୍ରୀଦେବୀ ବଙ୍ଗଲୋର ଦ୍ୱିତୀୟ ଟିଜର ରିଲିଜ ହୋଇଛି । ଅବଶ୍ୟ ପ୍ରଥମ ଟିଜରରେ ଖୁବ ବିବାଦ ସୃଷ୍ଟି ହୋଇଥିଲା । ପ୍ରାୟ ୧୮ ସେକେଣ୍ଡର ଏହି ଭିଡ଼ିଓରେ ପ୍ରିୟା ପ୍ରିୟାଂଶୁ ଚାଟାର୍ଜୀଙ୍କ ସହିତ ଖୁବ ରୋମାଂଟିକ ଅନ୍ଦାଜରେ ନଜର ଆସିଛନ୍ତି । କିନ୍ତୁ ଟିଜରକୁ ଏତେ ଖାସ ରେସପନ୍ସ ମିଳିନାହିଁ ।

କହିରଖୁଛୁଯେ ପ୍ରଥମ ଟିଜର ଦେଖିବା ପରେ ବୋନି କପୁର ଫିଲ୍ମର ପ୍ରଯୋଜକଙ୍କ ନାମରେ ଅଭିଯୋଗ ଆଣିଥିଲେ, ଯେଉଁଥିରେ ସେ କହିଥିଲେଯେ ଶ୍ରୀଦେବୀଙ୍କ ଜୀବନୀକୁ ତାଙ୍କ ବିନା ପରାମର୍ଶରେ ଦର୍ଶାଯାଇଛି । କିନ୍ତୁ ପ୍ରଯୋଜକ ଏହାକୁ ଖଣ୍ଡନ କରି କହିଥିଲେଯେ ଏହା ଏକ ଭିନ୍ନ କାହାଣୀ । ତେବେ ପ୍ରିୟା ଏହାକୁ ନେଇ ମୁହଁ ଖୋଲି ନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More