Only for Entertainment

ସୁପ୍ରିମ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ।ପୁଣିଥରେ ହେବନାହିଁ ଶ୍ରୀଦେବୀଙ୍କ ମୃତ୍ୟୁର ଯାଂଚ ।

youtube
0 49

ସୁପ୍ରିମ କୋର୍ଟ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁର ସ୍ୱତନ୍ତ୍ର ଯାଂଚ କରିବା ପାଇଁ ଅନୁରୋଧ କରିଥିବା ପିଟିସନକୁ ରବ୍ଦ କରିଛନ୍ତି । କୋର୍ଟଙ୍କ କହିବା ଅନୁସାରେ ପୁଣିଥରେ ଅଭିନେତ୍ରୀଙ୍କ ମୃତ୍ୟୁର ଯାଂଚ କରାଯିବ ନାହିଁ,କାରଣ ତାଙ୍କ ମୃତ୍ୟୁର କାରଣ ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ଲେଖଯାଇଛି ।

ଚଳିତ ବର୍ଷ ଫେବୃୟାରୀ ୨୪ରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ଦୁବାଇର ହୋଟେଲ ଜୁମେରା ଅମିରାତ ଟାୱାର୍ସରେ ଶ୍ରୀଦେବୀ ନିଜ ରୁମ୍ର ବାଥରୁମର ବାଥଟବରେ ବୁଡ଼ିଥିବା ଅବସ୍ଥାରେ ମିଳିଥିଲେ,ସେତେବେଳେ ପତି ବୋନି କପୁର ତାଙ୍କ ସାଙ୍ଗରେ ଥିଲେ ।

ଶ୍ରୀଦେବୀଙ୍କ ଫରେନ୍ସିକ ରିପୋର୍ଟରେ କୁହାଯାଇଥିଲାଯେ ସେ ନିଶାରେ ଥିଲେ,ଯେଉଁ କାରଣରୁ ସେ ବାଥଟବରେ ପଡ଼ିଗଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ମୁତାବକ ଫିଲ୍ମ ନିର୍ମାତା ସୁନିଲ ସିଂଙ୍କ ତରଫରୁ ସିନିଅର ଓକିଲ ବିକାଶ ସିଂ ଦଲିଲ ଉପସ୍ଥାପନା କରିଥିଲେ । ସେ ଦଲିଲରେ କହିଥିଲେଯେ ଶ୍ରୀଦେବୀଙ୍କ ମୃତ୍ୟୁ ଏକ ରହସ୍ୟ ହୋଇପାରେ କାରଣ ତାଙ୍କ ନାମେର ୨୪୦ କୋଟିର ଜୀବନ ବୀମା ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More