Only for Entertainment

ଶ୍ରୀଦେବୀଙ୍କ ଇଚ୍ଛା ମୁତାବକ ହୋଇଛି ଅନ୍ତିମ ବିଦାୟର ସାଜସଜ୍ଜା

sify
0 76

ସୁପରଷ୍ଟାର ଶ୍ରୀଦେବୀଙ୍କର ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ଲାଗି ଲୋଖଣ୍ଡୱାଲା ସେଲିବ୍ରେଶନ ସ୍ପୋର୍ଟସ କ୍ଲବ, ଗାର୍ଡନ ନମ୍ବର ୫ରେ ରଖାଯାଇଛି । ଶ୍ରୀଦେବୀଙ୍କୁ ଧଳା ରଂଗ ପସନ୍ଦ । ପ୍ରାୟତଃ ଫିଲ୍ମ କିମ୍ବା ଆୱାର୍ଡ ଶୋରେ ସେ ଧଳା ରଂଗ ପରିଧାନ କରିଥାଆନ୍ତି । ତାଙ୍କର ଇଚ୍ଛା ମୁତାବକ କ୍ଲବକୁ ଧଳା ରଂଗର ଫୁଲରେ ସୁସଜ୍ଜିତ କରାଯାଇଛି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ତାଙ୍କୁ ନାଲି ଏବଂ ଗୋଲ୍ଡେନ ରଂଗର ଶାଢୀ ପିନ୍ଧାଇ ନବ ବଧୂ ପରି ସଜାଯାଇଛି । ଦ୍ୱିପ୍ରହରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଶେଷ ଦର୍ଶନ ଲାଗି ଦ୍ୱିପ୍ରହର ୨ଟାରେ ସ୍ପୋର୍ଟସ କ୍ଲବରେ ଶବଯାତ୍ରା ଆରମ୍ଭ ହୋଇ ବିଲେ ପାର୍ଲେ ସେବା ସମାଜ ଶବଦାହ ଗୃହ ଏବଂ ହିନ୍ଦୁ ସେମେଂଟ୍ରି ପର୍ଯ୍ୟନ୍ତ ପହଂଚିବ । ତାଙ୍କର ଶବ ସଂସ୍କାର ୩.୩୦ରେ ହେବ ।

ଶ୍ରୀଦେବୀଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ଅନେକ ସିନେ ତାରକାଙ୍କ ସହ ଦର୍ଶକ ମାନଙ୍କ ଭିଡ ଲାଗି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More