Only for Entertainment

ଡେବ୍ୟୁ ପୂର୍ବରୁ ଶ୍ରୀଦେବୀଙ୍କ ଝିଅ ହେଲେ ରିସେପସନିଷ୍ଟ, ଜିମରେ କଲେ କିଛି ଏଭଳି କାମ।

khabar NDTV
0 64

ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଫିଲ୍ମ ଜଗତର ପପୁଲାର ଷ୍ଟାର ଡଟର୍ସଙ୍କ ମଧ୍ୟରୁ ଜଣେ ଅଟନ୍ତି । ଜାହ୍ନବୀ ନିଜର ଡେବ୍ୟୁ ଫିଲ୍ମ ‘ଧଡକ’ର ସୁଟିଂ ଶେଷ କରି ସାରିଲେଣି ଏବଂ କିଛି ଦିନ ମଧ୍ୟରେ ସେ ଏହି ଫିଲ୍ମର ପ୍ରମୋସନ ଆରମ୍ଭ କରିବେ । ଏହାମଧ୍ୟରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲରେ ଭାୟରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ଜଣେ ରିସେପସନିଷ୍ଟ ରୂପରେ ଦେଖିବାକୁ ମିଳିଥିଲା । କ୍ୟାଟରୀନା ଇନଷ୍ଟା ଷ୍ଟୋରୀରେ ଜାହ୍ନବୀଙ୍କର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଜିମ୍ ରିସେପସନରେ କଲ ରିସିଭ କରୁଥିବାର ନଜର ଆସିଛନ୍ତି ।


ଏହି ଫଟୋକୁ ସେୟାର କରି କ୍ୟାଟରୀନା ଲେଖିଛନ୍ତି , ଜିମ୍ ରେ ଅତି ସୁନ୍ଦର ନୂଆ ରିସେପସନିଷ୍ଟ ଅଛନ୍ତି ଏବଂ ଏହା ଲେଖି କ୍ୟାଟ ଜାହ୍ନବୀଙ୍କୁ ଟ୍ୟାଗ କରିଛନ୍ତି । ଅସଲ କଥା ହେଲା ଯେ କ୍ୟାଟ ଫିଟନେସ ପାଇଁ ଯେଉଁ ଜିମ ଯା’ନ୍ତି , ସେଠାକୁ ଜାହ୍ନବୀ ମଧ୍ୟ ଯା’ନ୍ତି । ତେଣୁ ଅନୁମାନ ଲଗାଯାଉଛି ଯେ ଏହି ଜିମରେ କିଛି ମଜାକିଆ ଅନ୍ଦାଜ ପାଇଁ କ୍ୟାଟ ଫଟୋ କ୍ଲିକ କରି ସେୟାର କରିଛନ୍ତି ଏବଂ ଜାହ୍ନବୀଙ୍କୁ ଏଥିରେ ଟ୍ୟାଗ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More