Only for Entertainment

ଶ୍ରୀଦେବୀଙ୍କ ପାର୍ଥିବ ଶରୀରର ପ୍ରଥମ ଫଟୋ ହେଲା ଭାଇରାଲ ! ୩ଘଂଟା ପର୍ଯ୍ୟନ୍ତ ହେବ ଶେଷ ଦର୍ଶନ ।

amarujala
0 144

ସଦମା, ହିମ୍ମତୱାଲା, ଲାଡଲା ଭଳି ନିଆରା ଫିଲ୍ମ ଜରିଆରେ ଲୋକମାନଙ୍କ ମନକୁ କିଣିଥିବା ଅଭିନେତ୍ରୀ ଶ୍ରୀଦେବୀଙ୍କର ପାର୍ଥିବ ଶରୀର ଦୀର୍ଘ ତିନି ଦିନ ପରେ ଦୁବାଇରୁ ମୁମ୍ବାଇ ପହଂଚିଛି । ଶ୍ରୀଦେବୀଙ୍କ ପରିବାର ତରଫରୁ ଦିଆଯାଇଥିବା ବୟାନ ମୁତାବକ ଆଜି ସକାଳ ୯.୩୦ରୁ ୧୨.୩୦ପର୍ଯ୍ୟନ୍ତ ଶେଷ ଦର୍ଶନ ଲାଗି ସମୟ ନିର୍ଦ୍ଧାରିତ କରାଯାଇଛି । ଏହାପରେ ୩.୩୦ରୁ ୫.୩୦ପର୍ଯ୍ୟନ୍ତ ମଧ୍ୟରେ ବିଲେପାର୍ଲେର ପବନ ହଂସ ଶ୍ମଶାନ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

sridevi_1519785436ଏହାସହ ଏବେ ତାଙ୍କ ପାର୍ଥିବ ଶରୀରର ପ୍ରଥମ ଫଟୋ ଭାୟରାଲ ହେବାରେ ଲାଗିଛି । ଶ୍ରୀଦେବୀଙ୍କ ଏହି ଫଟୋ ଦେଖି ପ୍ରଶଂସକ ମାନେ ନିହାତି ରୂପେ କାନ୍ଦି ପକାଇବା ସ୍ୱାଭାବିକ କଥା । ପାର୍ଥିବ ଶରୀର ରାତିରେ ଘରେ ପହଂଚିବା କ୍ଷଣି ତାଙ୍କ ଘରକୁ ବଲିଉଡ ତାରକା ମାନଙ୍କ ଭିଡ ଲାଗି ରହିଥିଲା ।

sridevi_1519785462ତାଙ୍କର ଶରୀରକୁ ଆଣିବା ଲାଗି ଅନିଲ କପୁର ମୁମ୍ବାଇ ଏୟାରପୋର୍ଟରେ ପହଂଚିଥିଲେ । ଏହାବ୍ୟତୀତ ତାଙ୍କ ସହ ଅନିଲ ଅମ୍ବାନୀ ଏବଂ ଅମର ସିଂ ମଧ୍ୟ ମହଜୁଦ ଥିଲେ । ଏୟାରପୋର୍ଟରେ ସମସ୍ତ ବିଦ୍ଧି ସମ୍ପୂର୍ଣ୍ଣ କରି ପରିବାର ବର୍ଗଙ୍କୁ ତାଙ୍କ ଶରୀର ଦିଆଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More