Only for Entertainment

ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ପତି ବୋନି କପୁର କରିବେ ଏହି କାମ

India
48

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ୨୪ ଫେବୃଆରୀରେ ଏକ ବର୍ଷ ପୂରଣ ହେବ । ଗତ ବର୍ଷ ଏହି ଦିନରେ ଶ୍ରୀଦେବୀଙ୍କ ଅକାଳରେ ମୃତ୍ୟୁ ହୋଇଥିଲା । ଭାରତୀୟ କ୍ୟାଲେଣ୍ଡର ଅନୁସାରେ ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ହୋଇସାରିଥିବା ବେଳେ ଇଂଗ୍ରାଜୀ କ୍ୟାଲେଣ୍ଡର ଅନୁସାରେ ତାଙ୍କର ପ୍ରଥମ ଡେଥ ଆନିଭର୍ସାରୀ ୨୪ ଫେବୃଆରୀରେ ପଡିବ । ଶ୍ରୀଦେବୀଙ୍କ ପ୍ରଥମ ଡେଥ ଆନିଭର୍ସାରୀରେ ପତି ବୋନି କପୁର ଏପରି କିଛି କରିବାକୁ ଯାଉନଛନ୍ତି ଯାହାକୁ ଆଗାମୀ ସମୟରେ ମଧ୍ୟ ଲୋକେ ମନେ ରଖିବେ ।

sridevi

ଅସଲରେ ପରି ବୋନି କପୁର ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ତାଙ୍କର ସମସ୍ତ ସାଢୀକୁ ନିଲାମ କରିବାକୁ ଯାଉଛନ୍ତି । ଏହି ନିଲାମରୁ ଯେଉଁ ଅର୍ଥ ମିଳିବ ତାହାକୁ ସେ ଏକ ଚ୍ୟାରେଟିକୁ ଦାନ କରିବେ ।

ଖବର ଅନୁସାରେ ଶ୍ରୀଦେବୀଙ୍କ ଏହି ସାଢୀକୁ ପ୍ୟାରିସେରା ନାମକ ଏକ ୱେବସାଇଟ ନିଲାମ କରିବ । ଏହି ନିଲାମର ପ୍ରାରମ୍ଭିକ ଅର୍ଥ ରହିଛି ୪୦ ହଜାର । ଏପର୍ଯ୍ୟନ୍ତ ନିଲାମ ଅର୍ଥ ୧,୨୫,୦୦୦ରେ ପହଁଚିଛି । ୱେବସାଇଟର କହିବା ଅନୁସାରେ ଏହା ଶ୍ରୀଦେବୀଙ୍କ ସାଉଥ ଇଣ୍ଡିଆନ ସାଢୀ । ସାଉଥ ଇଣ୍ଡିଆରେ ଜନ୍ମିତ ଶ୍ରୀଦେବୀଙ୍କ ଏହି ସାଢୀର ନିଲାମରେ ଯେଉଁ ଅର୍ଥ ମିଳିବ ତାହା କଂସର୍ନ ଇଣ୍ଡିଆ ଫାଉଣ୍ଡେସନକୁ ଦିଆଯିବ । ଯେ ନାରୀ, ଛୁଆ ଏବଂ ଦିବ୍ୟଙ୍ଗ ଏବଂ ଗରିଷ୍ଠ ନାମଗିକଙ୍କ ପାଇଁ କାମ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More