Only for Entertainment

ବଲିଉଡ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ଦେହାନ୍ତ ! ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦଘାତରେ ଦୁବାଇରେ ମୃତ୍ୟୁ

hindustan times
0 65

ବଲିଉଡ୍ ସୁନ୍ଦରୀ ଶ୍ରୀଦେବୀଙ୍କର ଦେହାନ୍ତ ହୋଇଯାଇଛି । ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କର ୫୪ ବର୍ଷରେ ଦେହାନ୍ତ ହୋଇ ଯାଇଛି । ଦୁବାଇରେ ମୋହିତ ମରୁହାଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ତାଙ୍କ ମରଶରୀରକୁ ଦୁବାଇରୁ ମୁମ୍ବାଇକୁ ଅଣାଯିବ ବୋଲି ସୂଚନା ମିଳିଛି। ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ସହ ପତି ବୋନି କାପୁର ଓ ସାନ ଝିଅ ଖୁସୀ ଥିବା ଜଣାପଡିଛି । ଶ୍ରୀଦେବୀଙ୍କ ମୃତ୍ୟୁ ଖବର ସମଗ୍ର ବଲିଉଡକୁ ସ୍ତବ୍ଧ କରିଦେଇଛି । ପ୍ରିୟଙ୍କା ଚୋପ୍ରା ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି ।

sridevi 2

ବଲିଉଡ୍ ଦିଭା ଶ୍ରୀଦେବୀ ଖୁଦାଗୱା, ମିଷ୍ଟର ଇଣ୍ଡିଆ, ଚାନ୍ଦିନୀ, ହିମତବାଲା ଭଳି ଅନେକ ସୁପରହିଟ୍ ଫିଲ୍ମରେ ଦମଦାର ଅଭିନୟ କରି ଖ୍ୟାତି ଛାଡିଯାଇଛନ୍ତି । ସେ ହିନ୍ଦୀ ସିନେମା ସହ ତେଲଗୁ, ମାଲୟାଲମ ଓ କନଡ ଫିଲ୍ମରେ ଅଭିନୟର କରିଥିଲେ । ସେ ତାମିଲନାଡୁର ଶିବକାଶିରେ ୧୯୬୫ ମସିହା ଅଗଷ୍ଟ ୧୩ରେ ଜନ୍ମଲାଭ କରିଥିଲେ । ସେ ପିଲାଟି ବେଳରୁ ଅଭିନୟ କରିବା ଆରମ୍ଭ କରିଦେଇଥିଲେ । ମାତ୍ର ୪ ବର୍ଷ ବୟସରେ ତାମିଲ ଫିଲ୍ମ ମୁରଗାରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

ସେହିପରି ୧୯୭୫ରେ ହିନ୍ଦି ସିନେମା ଜୁଲିରେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।ତାପରେ ବଲିଉଡକୁ ଦେଇ ଚାଲିଥିଲେ ଗୋଟିକ ପରେ ଗୋଟିଏ ସୁପରହିଟ୍ ଫିଲ୍ମ । ତାଙ୍କ ସୁନ୍ଦର ଆଖି ସାଙ୍ଗକୁ ତାଙ୍କ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ମତୁଆଲା କରୁଥିଲେ । ମୃତ୍ୟୁ ଖବର ପାଇବା ପରେ ମୁମ୍ବାଇ ସ୍ଥିତ ତାଙ୍କ ଅନେ୍ଧରୀ ବାସଭବନ ବାହାରେ ଲୋକ ଭିଡ ଲଗାଇବା ଆରମ୍ଭ କରିଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More