Only for Entertainment

୧୦ ଲକ୍ଷ ଟଙ୍କାରେ ନିଜର ମୂଲ୍ୟବାନ ଜିନିଷ ବିକ୍ରି କରିବେ ଶ୍ରୀଦେବୀ

gulte
0 58

ଅଭିନୟ ବ୍ୟତୀତ ଶ୍ରୀଦେବୀଙ୍କର ଆଉ ଏକ ଦକ୍ଷତା ଅଛି ଯାହା ବିଷୟରେ ଆପଣ ଶୁଣିନଥିବେ । ଏହି ଦକ୍ଷତା କ’ଣ ଜାଣିଛନ୍ତି କି ଏହା ହେଉଛି ପେଣ୍ଟିଙ୍ଗ । ସୂଚନା ଅନୁସାରେ ଆଗାମୀ ମାସରେ ଦୁବାଇରେ ଶ୍ରୀଦେବୀଙ୍କର ପେଣ୍ଟିଙ୍ଗ ନିଲାମ ହେବାକୁ ଯାଉଛି । ଶ୍ରୀଦେବୀ ତାଙ୍କର ଏହି ପେଣ୍ଟିଙ୍ଗକୁ ଏକ ଚ୍ୟାରେଟି ସାହାଯ୍ୟରେ ନିଲାମ କରିବାକୁ ଯାଉଛନ୍ତି ।Capture

ଏହି ପେଣ୍ଟିଙ୍ଗର ପ୍ରାରମ୍ଭିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ରଖାଯାଇଛି । ଶ୍ରୀଦେବୀଙ୍କର ଯେଉଁ ପେଣ୍ଟିଙ୍ଗ ନିଲାମ ହେବାକୁ ଯାଉଛି ସେହି ପେଣ୍ଟିଙ୍ଗରେ ସୋନମ କପୁର ସ୍ଥାନ ପାଇଛନ୍ତି । ସୋନମ ଫିଲ୍ମ ‘ସାୱରିୟା’ ଜରୀଆରେ ବଲିଉଡରେ ପାଦ ରଖିଥିଲେ । ସେହି ସମୟରେ ଶଦେବୀ ସୋନମଙ୍କର ସାୱରିୟା ଲୁକକୁ ନିଜ ପେଣ୍ଟିଙ୍ଗରେ ସ୍ଥାନ ଦେଇଥିଲେ । ଏହା ବ୍ୟତୀତ ମାଇକେଲ ଜ୍ୟାକସନଙ୍କର ଏକ ପେଣ୍ଟିଙ୍ଗ ମଧ୍ୟ ନିଲାମ ହେବ । ଶ୍ରୀଦେବୀ ମାଇକେଲ ଜ୍ୟାକସନଙ୍କୁ ମନେ ପକାଇ ତାଙ୍କର ଏକ ସୁନ୍ଦର ପେଣ୍ଟିଙ୍ଗ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହା ଶ୍ରାଦେବୀଙ୍କର ସବୁଠାରୁ ମନପସନ୍ଦ ପେଣ୍ଟିଙ୍ଗ ମଧ୍ୟରୁ ଏକ । ଏହି ପେଣ୍ଟିଙ୍ଗର ମୂଲ୍ୟ ୮ଲକ୍ଷ ଟଙ୍କା ରଖାଯାଇଛି ।mj

ଶ୍ରୀଦେବୀ ଅନେକ ବର୍ଷରୁ ପେଣ୍ଟିଙ୍ଗ କରିଆସୁଛନ୍ତି । ୨୦୧୦ରେ ଇଂଟରନ୍ୟାସନାଲ ଆର୍ଟ ହାଉସ ଶ୍ରୀଦେବୀଙ୍କର କିଛି ପେଣ୍ଟିଙ୍ଗ ନିଲାମ କରିବା ପାଇଁ ତାଙ୍କ ସହ ସମ୍ପର୍କ କରିଥିଲେ ମାତ୍ର ଶ୍ରୀଦେବୀ ସେତେବେଳେ ପ୍ରସ୍ତୁତ ନଥିଲେ । ଶ୍ରୀଦେବୀଙ୍କର ଏହି ପେଣ୍ଟିଙ୍ଗ ସାମାଜିକ କାର୍ଯ୍ୟ ପାଇଁ ନିଲାମ କରାଯାଉଛି । ସେଥିପାଇଁ ଏହି ପେଣ୍ଟିଙ୍ଗ ଗୁଡିକର ମୂଲ୍ୟ ଅଧିକ ରଖାଯାଇଛି । କହିରଖୁଛୁ ଯେ ବର୍ତ୍ତମାନ ଶ୍ରୀଦେବୀ ତାଙ୍କ ଝିଅ ଜାହ୍ନବୀ କପୁରଙ୍କ କ୍ୟାରିୟର ପାଇଁ ତାଙ୍କୁ ସାହାଯ୍ୟ କରୁଛନ୍ତି । ଜହ୍ନବୀଙ୍କର ଡେବ୍ୟୁ ଫିଲ୍ମ ‘ଧଡକ’ର ସୁଟିଂ ଆରମ୍ଭ ହୋଇସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More