ସିଙ୍ଗାପୁରର ମ୍ୟାଡାମ ତୁଷାଦରେ ସ୍ଥାନ ପାଇଲା ଶ୍ରୀଦେବୀଙ୍କ ମହମ ମୃର୍ତ୍ତି, ଇମୋସନାଲ ହେଲେ ଜାହ୍ନବୀ-ଖୁସୀ
ଶ୍ରୀଦେବୀଙ୍କ ପୂରା ପରିବାର ପାଇଁ ଆଜିର ଦିନ ଖୁବ ଖାସ ଅଟେ । ଅସଲରେ ସିଙ୍ଗାପୁରର ମ୍ୟାଡାମ ତୁଷାଦ ମ୍ୟୁଜିଅମରେ ଆଜି ଶ୍ରୀଦେବୀଙ୍କ ମହମ ପ୍ରତିମାର ଅନାବରଣ କରାଯାଇଛି । ଏହି ଉତ୍ସବରେ ଶ୍ରୀଦେବୀଙ୍କ ପତି ବୋନୀ କପୁରଙ୍କ ସହିତ ଦୁଇ ଝିଅ ଜାହ୍ନବୀ ଏବଂ ଖୁସୀ କପୁର ଉପସ୍ଥିତ ଥିଲେ । ଏହି ଉତ୍ସବର ଫଟୋ ଏବେ ସାମ୍ନାକୁ ଆସିଛି । ଶ୍ରୀଦେବୀଙ୍କ ଏହି ଷ୍ଟାଚ୍ୟୁ ମିଷ୍ଟର ଇଣ୍ଡିଆ ଫିଲ୍ମର ଗୀତ ହୱା ହୱାଇ ଲୁକରେ ନିର୍ମାଣ କରାଯାଇଛି ।
ସାମ୍ନାକୁ ଆସିଥିବା ଫଟୋରେ ଜାହ୍ନବୀ ଏବଂ ଖୁସି କପୁର ମା’ ଶ୍ରଦେବୀଙ୍କ ଷ୍ଟଚ୍ୟୁକୁ ଧ୍ୟାନ ଦେଇ ଦେଖୁଥିବାର ନଜର ଆସୁଛନ୍ତି । ଏହା ପୂରା ପରିବାର ପାଇଁ ଖୁବ କଷ୍ଟକର ସମୟ ଯାହା ଫଟୋ ଦେଖିଲେ ଆପଣ ମଧ୍ୟ ଲକ୍ଷ କରିପାରିବେ ।
Janhvi’s looking and holding Sridevi’s wax statue as if she’s really there?❤️ Such a strong girl✨ pic.twitter.com/8Ts3acni2T
— Fatima (@FatimaDixit) September 4, 2019
କହିରଖୁଛୁ ଯେ, ଗତ ବର୍ଷ ଫେବୃଆରୀରେ ଏକ ବିବାହରେ ଯୋଗଦେବା ପାଇଁ ଶ୍ରୀଦେବୀ ଦୁବାଇ ଯାଇଥିବା ବେଳେ ହୋଟେଲ ରୁମର ବାଥଟବରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।