Only for Entertainment

ଶାହାରୁଖଙ୍କ ଫିଲ୍ମ ‘ଜିରୋ’ରେ ଶ୍ରୀଦେବୀଙ୍କ ସହିତ ନଜର ଆସିବେ ଏହି ଅଭିନେତ୍ରୀ ।

India Today
34

ବଲିଉଡ୍‍ର  ଦିବଙ୍ଗତ  ଅଭିନେତ୍ରୀ  ଶ୍ରୀଦେବୀଙ୍କ  ପ୍ରଶଂସକ  ମାନଙ୍କ  ପାଇଁ ଖୁସି ଖବର । କାରଣ ଚଳଚ୍ଚିତ୍ର ନିର୍ମାତା ଆନନ୍ଦ ଏଲ୍‍ ରୟଙ୍କ ଆଗାମୀ ଫିଲ୍ମ ଜିରୋରେ  ଶ୍ରୀଦେବୀଙ୍କ  ପ୍ରଶଂସକମାନେ  ତାଙ୍କ  ଅଭିନେତ୍ରୀଙ୍କୁ  ଦେଖିବାର ସୁଯୋଗ  ପାଇବେ ।  ଏହି  ଫିଲ୍ମର  ଶାହାରୁଖ, କ୍ୟାଟ୍ରିନା, ଅନୁଷ୍କା ଲିଡ୍‍ ରୋଲରେ  ଅଛନ୍ତି ।

ଚଳିତ ବର୍ଷର ସବୁଠାରୁ ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରେ ଅନ୍ୟତମ ହେଉଛି ‘ଜିରୋ’ ।  ଆଉ  ଏହି  ଫିଲ୍ମରେ  ଶ୍ରୀଦେବୀଙ୍କ  ସ୍ପେଶିଆଲ  ଆପିୟରାନ୍ସ  ଏହି ଫିଲ୍ମର ଗୁରୁତ୍ୱକୁ ଆହୁରି ବଢାଇ ଦେଇଛି । ପୂର୍ବରୁ ଏହି ଫିଲ୍ମ ପାଇଁ ଶ୍ରୀଦେବୀ, କରିସ୍ମା କପୁର, କାଜଲ,ରାଣୀ ଏବଂ ଆଲିଆଙ୍କ ସହ ଏକ ସ୍ୱତନ୍ତ୍ର ଗୀତର ସୁଟିଂ  କରିସାରିଛନ୍ତି ।  ଯାହାକୁ  ଚଳଚ୍ଚିତ୍ରରେ  ସାମିଲ  କରାଯାଇଛି ।

ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୨୧ରେ ପରଦାକୁ ଆସିବ । ପୂର୍ବରୁ ଏହାର ଟ୍ରେଲର ଏବଂ ଗୀତକୁ ରିଲିଜ କରାଯାଇଛି । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏବେ ଅପେକ୍ଷା ଫିଲ୍ମର ରିଲିଜକୁ । ଏହା ଦର୍ଶକଙ୍କୁ କେତେ ପସନ୍ଦ ଆସିବ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More