Only for Entertainment

ଶ୍ରୀକୃଷ୍ଣ କାହିଁକି ଏକଲବ୍ୟଙ୍କୁ ହତ୍ୟା କଲେ

youtube
0 96

ଏକଲବ୍ୟଙ୍କ ବିଷୟରେ ଅନେକ ଆଖ୍ୟାୟିକା ରହିଛି। ସେଥିରୁ ନିଜର ବୃଦ୍ଧାଙ୍ଗୁଠି କାଟି ଗରୁ ଦ୍ରୋଣାଚାର୍ୟ୍ୟଙ୍କୁ ଗୁରୁ ଦକ୍ଷିଣା ଦେବା ପ୍ରସଙ୍ଗଟି ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ, ଏକଲବ୍ୟଙ୍କ ମୃତ୍ୟୁ ଯେ ଶ୍ରୀକୃଷ୍ଣଙ୍କ ହାତରେ ହୋଇଥିଲା ସେ ଗଳ୍ପଟି ଅନେକଙ୍କୁ ଜଣା ନ ଥିବ।

କଥାଟି ଏମିତି:
ମହାଭାରତ କାବ୍ୟରେ ଏକଲବ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର। ସେ ଥିଲେ କୃଷ୍ଣଙ୍କର ସମ୍ପର୍କୀୟ ଭାଇ। ଏକଲବ୍ୟଙ୍କର ପିତା ଦେବଶ୍ରବ ଥିଲେ ବସୁଦେବଙ୍କ ଭାଇ। ପିଲାଦିନେ ସେ ବଣରେ ହଜିଯାଇଥିଲେ। ତାଙ୍କୁ ବ୍ୟାଧମାନଙ୍କ ରାଜା ନିଷାଦ ବ୍ୟତ୍ରଜା ହିରଣ୍ୟଧନୁଷ ପୁଅ ପରି ପାଳିଥିଲେ।
ଧନୁର୍ବିଦ୍ୟାରେ ଏକଲବ୍ୟ ଥିଲେ ଅର୍ଜୁନଙ୍କ ସମକକ୍ଷ। ସେ ପାଣ୍ଡବ ଏବଂ କୌରବଙ୍କ ଗରୁ ଦ୍ରୋଣାଚାର୍ୟ୍ୟଙ୍କ ଠାରୁ ଧନୁର୍ବିଦ୍ୟା ଶିକ୍ଷା କରିବାକୁ ମନ ବଳାଇଥିଲେ।

ଏକଲବ୍ୟଙ୍କ ପାରଦର୍ଶିତା ଗୁରୁ ଦ୍ରୋଣ ଜାଣି ପାରିଥିଲେ। କିନ୍ତୁ, ଏକଲବ୍ୟଙ୍କ ପ୍ରତି ରାଜପୁତ୍ରମାନଙ୍କ ବିଦ୍ୱେଷଭାବ ଯୋଗୁଁ ସେ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରି ପାରି ନ ଥିଲେ। କିନ୍ତୁ, ଏକଲବ୍ୟ ତାଙ୍କୁ ଗୁରୁ ଦକ୍ଷିଣା ଯାଚିଥିଲେ। ଦ୍ରୋଣ ତାଙ୍କୁ ଡାହାଣ ହାତର ଜ୍ୟେଷ୍ଠାଙ୍ଗୁଷ୍ଠି କାଟି ଦେବାକୁ କହିଥିଲେ। ଏକଲବ୍ୟ ଅକୁଣ୍ଠ ଚିତ୍ତରେ ତାହା ଦାନ କରିଥିଲେ।

ବୃଦ୍ଧାଙ୍ଗୁଠି ନ ଥାଇ ମଧ୍ୟ ଅର୍ଜୁନଙ୍କ ଠାରୁ ଉତ୍ତମ ଧନୁର୍ଧାରୀ ହେବା ଥିଲା ଏକଲବ୍ୟଙ୍କର ଜୀବନର ଏକମାତ୍ର ଉଦ୍ଦେଶ୍ୟ। ଏ ଭଳି ଭାବନା ତାଙ୍କୁ ଧର୍ମ ମାର୍ଗରୁ ବିଚ୍ୟୁତ କଲା। କ୍ରମେ ସେ ଯାଦବ ଏବଂ କୁରୁବଂଶ ପାଇଁ ବିପଦ ହୋଇ ଉଭାହେଲେ। ଭବିଷ୍ୟତରେ ହସ୍ତିନାପୁରରେ ସେ ଆତଙ୍କ ସୃଷ୍ଟି କରି ପାରନ୍ତି ବୋଲି ଆଶଙ୍କା ଉପୁଜିଥିଲା।

ନିଷାଦ ବ୍ୟତ୍ରଜ ହିରଣ୍ୟଧନୁଷଙ୍କ ଅମଳରୁ ଏକଲବ୍ୟ ଏବଂ ତାଙ୍କ ଶବର ଜ୍ଞାତି ଥିଲେ ଜରାସନ୍ଧଙ୍କର ବଡ଼ ସମର୍ଥକ। ଜରାସନ୍ଧ ଥିଲେ କୃଷ୍ଣଙ୍କର ଚିର ଶତ୍ରୁ। ଫଳତଃ ସମ୍ପର୍କୀୟ ଭାଇ ହୋଇ ମଧ୍ୟ ଏକଲବ୍ୟ କୃଷ୍ଣଙ୍କର ଶତ୍ରୁ ହୋଇଗଲେ।

ଏକଦା ଏକଲବ୍ୟ କୃଷ୍ଣଙ୍କୁ ଯୁଦ୍ଧରେ ମୁକାବିଲା କରିବାକୁ ଆହ୍ଵାନ କରିଥିଲେ। କୃଷ୍ଣ ଏହି ଆହ୍ଵାନ ଗ୍ରହଣ କରି ଏକଲବ୍ୟଙ୍କ ସହ ଲଢ଼ି ତାଙ୍କୁ ହତ୍ୟା କରିବା ସହ ତାଙ୍କର ଗର୍ବ ଖର୍ବ କରି ବିଶ୍ୱରେ ଧର୍ମ ସଂସ୍ଥାପନ କରିଥିଲେ।

ଦ୍ରୋଣ ପର୍ବରେ କୃଷ୍ଣ କହିଛନ୍ତି ଯେ ଜରାସନ୍ଧ, ଶିଶୁପାଳ ଏବଂ ଏକଲବ୍ୟ ଆଦିଙ୍କୁ ସେ ହତ୍ୟା କରାଇବେ। କାରଣ ସେମାନେ କୌରବଙ୍କ ପଟ ନେଇ ଧର୍ମ ସଂସ୍ଥାପନରେ ବାଧା ସୃଷ୍ଟି କରିଥିଲେ।

କୁହାଯାଏ ମୃତ୍ୟୁ ସମୟରେ କୃଷ୍ଣ ଏକଲବ୍ୟଙ୍କୁ ଏକ ବର ଦାନ କରିଥିଲେ। ତାହା ହେଉଛି ଦ୍ରୋଣଙ୍କୁ ହତ୍ୟା କରିବାକୁ ସେ ପୁନର୍ଜନ୍ମ ପାଇବେ। ପରେ ସେ ଦୃଷ୍ଟଦ୍ୟୁମ୍ନ ହୋଇ ଜନ୍ମିଥିଲେ ଏବଂ ଦ୍ରୋଣଙ୍କୁ ହତ୍ୟା କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More