ଶାହରୁଖ ଖାନଙ୍କ ଲାଡଲା ଅବରାମ ଖାନ ଷ୍ଟାର କିଡମାନଙ୍କ ମଧ୍ୟରେ ଖୁବ ଫେମସ । ନିକଟରେ ଅବରାମଙ୍କୁ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟିରେ ଦେଖିବାକୁ ମିଳିଥିଲା । ଅବରାମ ଏବେ ତ ଖୁବ ଛୋଟ ଅଛନ୍ତି କିନ୍ତୁ ତାଙ୍କର ନଖରା ଏକଦମ ଷ୍ଟାରର୍ସଙ୍କ ପରି । ଏହାର ଏକ ଝଲକ ବଚ୍ଚନ ପରିବାରର ପାର୍ଟିରେ ଦେଖିବାକୁ ମିଳିଛି । ପାର୍ଟିର ଫରିବା ବେଳେ ଅବରାମ ଫଟୋଗ୍ରାଫର୍ସଙ୍କ ଉପରେ ରାଗିଥିବା ଦେଖିବାକୁ ମିଳିଛି ।
ଅସଲରେ ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟିରୁ ଫେରିବା ବେଳେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ଉଠାଇବା ପାଇଁ କ୍ଲିକ କରିବା ଆରମ୍ଭ କରିଦେଲେ । ଏହାକୁ ଦେଖି ଶାହରୁଖଙ୍କ ଲାଡଲା ରାଗିଯାଇଥିଲେ ଏବଂ କହିଥିଲେ ନୋ ପିକଚର୍ସ । ଅବରାମଙ୍କ ଏହି ଅନ୍ଦାଜକୁ ଦେଖି ସେଠାରେ ଥିବା ଲୋକେ ହସିଥିଲେ ।
ଦେଖନ୍ତୁ ଭିଡିଓ-