Only for Entertainment

‘ହିନ୍ଦୀ ମିଡିୟମ-୨’କୁ କରୀନା କପୁରଙ୍କ ନା, ଜାଣନ୍ତୁ ଏହା ପଛର କାରଣ

you tube
29

ଅଭିନେତା ଇରଫାନ ଖାନଙ୍କ ସୁପରହିଟ ଫିଲ୍ମ ‘ହିନ୍ଦୀ ମିଡିୟମ’ର ସିକ୍ୱଲକୁ ନେଇ ପ୍ରତିଦିନ କିଛି ନା କିଛି ଖବର ଶୁଣିବାକୁ ମିଳୁଛି । ପୂର୍ବରୁ ଆମେ ଆପଣଙ୍କୁ ଜଣାଇଥିଲୁ ଫିଲ୍ମର ସିକ୍ୱଲରେ ମେକର୍ସ କରୀନା କପୁର ଖାନଙ୍କୁ ନେବା ପାଇଁ ତାଙ୍କୁ ଆପ୍ରୋଚ କରିଛନ୍ତି । ଏବେ ଖବର ଶୁଣିବାକୁ ମିଳୁଛି ଯେ କରୀନା ଏହି ଫିଲ୍ମରୁ ଅଲଗା ହୋଇସାରିଛନ୍ତି ।

kareena-kapoor

‘ହିନ୍ଦୀ ମିଡିୟମ-୨’ କରୀନାଙ୍କ ଏଣ୍ଟ୍ରୀକୁ ନେଇ ତାଙ୍କ ଫ୍ୟାନ୍ସ ଖୁବ ଉତ୍ସାହିତ ଥିବା ବେଳେ ଏବେ କରୀନା ଫିଲ୍ମରୁ ଓହରି ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖବର ଅନୁସାରେ କରୀନା କପୁର ଖାନଙ୍କୁ ଫିଲ୍ମର ସ୍କ୍ରିପ୍ଟ ଖୁବ ପସନ୍ଦ ଆସିଥିଲା ସତ କିନ୍ତୁ ଫିସକୁ ନେଇ ସେ ସନ୍ତୁଷ୍ଟ ନଥିଲେ । ଏକ ରିପୋର୍ଟରେ କୁହାଯାଇଛି ଯେ, କରୀନା ଏହି ଫିଲ୍ମ ପାଇଁ ପ୍ରଡ୍ୟୁସରଙ୍କୁ ୮ କୋଟି ଦାବି କରିଥିଲେ । ମାତ୍ର ପ୍ରଡ୍ୟୁସର ୫ କୋଟିରୁ ଆଗକୁ ବଢି ନଥିଲେ ।

radhika-apte-1519126481

ଏବେ ଫିଲ୍ମର ନିର୍ମାତା କରୀନାଙ୍କ ସ୍ଥାନରେ ଆଉ ଜଣେ ନୂଆ ଚେହେରା ଖୋଜିବା ଆରମ୍ଭ କରିଦେଇଛନ୍ତି । ତେବେ କରୀନାଙ୍କ ପରେ ଫିଲ୍ମ ପାଇଁ ମେକର୍ସଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ରାଧିକା ଆପ୍ଟେ । କିନ୍ତୁ ଏପର୍ଯ୍ୟ ଏହା ଫାଇନାଲ ହୋଇ ନାହିଁ ।

କହିରଖୁଛୁ ଯେ, କରୀନା ଏବେ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ‘ଗୁଡ ନ୍ୟୁଜ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର କାହାଣୀ ସେରୋଗେସୀ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More