Only for Entertainment

ଦିଲବର ଗର୍ଲ ହୋଇ ହୀନା ମଚାଇବେ ଧମାଲ, ସାମ୍ନାକୁ ଆସିଲା ରିହର୍ସଲ ଭିଡିଓ !

43

‘ବିଗବସ୧୧’ର ପ୍ରତିଯୋଗୀ ଏବଂ ଛୋଟପରଦାରେ ଅନେକ ବର୍ଷ ଧରି ବୋହୂ ଭୂମିକାରେ ପ୍ରଶଂସା ପାଇଲା ପରେ ହୀନା ଖାନ ଖୁବ ଶୀଘ୍ର ଛୋଟ ପରଦାରେ ଜବରଦସ୍ତ ଧମାକା କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଖବର ମୁତାବକ ହୀନା ଖାନ, ଏକତା କପୂରଙ୍କ ଟିଭି ଶୋ’ ‘କସୌଟି ଜିନ୍ଦେଗୀ କେ’ରେ ଖଳନାୟକ କମୋଲିକା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହାସହ ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଷ୍ଟାର ପରିବାର ଆୱାର୍ଡରେ କମୋଲିକା ରୂପରେ ହୀନା ନଜର ଆସିବେ । ମାତ୍ର ଲାଟେଷ୍ଟ ରିପୋର୍ଟ ମୁତାବକ ହୀନା ଖାନ ଏହି ଆୱାର୍ଡ ଫଙ୍କସନରେ ଡ୍ୟାନ୍ସ ପରଫର୍ମ କରିବେ । ସେହିପରି ହୀନାଙ୍କର ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜବରଦସ୍ତ ପ୍ରାକ୍ଟିସ କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

Rehearsal ???????? @realhinakhan ❤ #starparivaaraward2018 #starparivaar2018 #HinaKhan #hinaholics

A post shared by Nitu Singh Parmar (@iam_nitusinghparmar) on

ହୀନା ଖାନ ପୁର୍ବରୁ ହିଁ ଟିଭି ଦୁନିଆର ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଏବଂ ଏବେ ଫ୍ୟାନ୍ସ ତାଙ୍କୁ ଆଉଥରେ ଟିଭିରେ ଦେଖିବା ଲାଗି ବ୍ୟଗ୍ର ଅଛନ୍ତି । ଏହିଭଳି ନିକଟରେ ତାଙ୍କର ଏକ ଆଲବମ ଭିଡିଓ ଦେଖିବାକୁ ମିଳିଥିଲା ଏବେ ସେ ନୋରା ଫତେହିଙ୍କୁ ଟକ୍କର ଦେବା ଲାଗି ପ୍ରୟାସ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More