Only for Entertainment

ଦୁନିଆ ହେଲା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଦିୱାନା, ଆୟ ମାମଲାରେ ତାଜମହଲକୁ ପକାଇଲା ପଛରେ

Tweets by latestly
30

ଗୁଜୁରାଟର ନର୍ମଦା ନଦୀ ତଟରେ ତିଆରି ହୋଇଥିବା ସରଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଏବେ ଚର୍ଚ୍ଚାରେ । ତାଙ୍କ ପ୍ରତିମୂର୍ତ୍ତି ତିଆରି ହେବାକୁ ଏବେ ପ୍ରାୟ ୧ବର୍ଷରୁ ଅଧିକ ହୋଇ ଯାଇଥିବା ବେଳେ ଏତେ କମ ସମୟ ମଧ୍ୟରେ ପ୍ରତିମୂର୍ତ୍ତିଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ବର୍ଷକ ମଧ୍ୟରେ ଅତି ପୂରାତନ ତାଜ୍‌ମହଲକୁ ବାର୍ଷିକ ଆୟ କ୍ଷେତ୍ରରେ ପଛରେ ପକାଇଛି ଷ୍ଟାଚ୍ୟୁ ଅଫ୍‌ ୟୁନିଟି ।

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦେଇଥିବା ରିପୋର୍ଟ ମୁତାବକ, ୧୮୨ମିଟରର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି । ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ଏହାର ବାର୍ଷିକ ଆୟ ମଧ୍ୟ ବଢ଼ୁଛି, ଯାହା ତାଜ୍‌ ମହଲର ବାର୍ଷିକ ଆୟଠାରୁ ମଧ୍ୟ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି । ତାଜ୍‌ମହଲର ବାର୍ଷିକ ଆୟ ୫୬କୋଟି ଟଙ୍କା ହେଉଥିବା ବେଳେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ବାର୍ଷିକ ଆୟ ୬୩କୋଟି ଟଙ୍କା ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ସୂଚନା ମୁତାବକ, ଗତବର୍ଷ ଅକ୍ଟୋବର ୩୧ରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଉଦ୍‌ଘାଟନ କରାଯାଇଥିଲା । ଏହି ୧୮୨ମିଟରର ମୂର୍ତ୍ତି ତିଆରି ପାଇଁ ୩,୦୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଭିତରେ ଉପରକୁ ଯିବା ପାଇଁ ଲିପ୍ଟର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତିଦିନ ଏହାର ରକ୍ଷଣାବେକ୍ଷଣରେ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More