Only for Entertainment

ଚୁଟକୀରେ ଦୂର କରନ୍ତୁ ଏସିଡିଟି ସମସ୍ୟା ।

Boldsky.com
22

ଜୀବନ ଶୈଳୀର ପ୍ରଭାବ ଖାଦ୍ୟଭ୍ୟାସ ଉପରେ ପଡ଼ିଥାଏ। ଫଳରେ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। ସକାଳୁ ଖାଲି ପେଟରେ ଲାଉ ରସ ପିଇଲେ ଏସିଡିଟି ସମସ୍ୟାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହାଦ୍ୱାରା ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଏ। ମେଦବହୁଳତା କ୍ଷେତ୍ରରେ ଏହା ମହୋଷଧୀ ଭଳି କାମ କରେ। ଲାଉ ରସରେ ପ୍ରଚୁର ପରିମାଣରେ ଭିଟାମିନ୍‌-‘ସି’, ଆଣ୍ଟି-ଅକ୍ସିଡାଣ୍ଟ, ଜିଙ୍କ୍‌ ପ୍ରଭୃତି ରହିଥାଏ। ନିୟମିତ ଏକ ଗ୍ଲାସ୍‌ ଲାଉ ରସ ସକାଳୁ ଖାଲି ପେଟରେ ପିଇଲେ ହଜମ ଶକ୍ତି ବୃଦ୍ଧି, ଓଜନ ହ୍ରାସ, ହୃଦ୍‌ରୋଗରୁ ମୁକ୍ତି ଓ ବିଭିନ୍ନ କେଶ ସମସ୍ୟାରୁ ମୁକ୍ତି ମିଳେ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦିଅନ୍ତି। ଏଥିରେ ଜଳ ପରିମାଣ ଅଧିକ ଥିବାରୁ ଏହା ମସ୍ତିଷ୍କକୁ ଚାପମୁକ୍ତ ରଖେ। ବିଭିନ୍ନ ମୁତ୍ର ଜନିତ ସମସ୍ୟା ତଥା ନିଦ୍ରାହୀନତା ରୋଗରେ ଏହା ସୁଫଳ ପ୍ରଦାନ କରିଥାଏ। ସେହିପରି ଏହା ଯକୃତକୁ ସୁସ୍ଥ ରଖେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More