Only for Entertainment

ପ୍ରସ୍ତୁତ କରନ୍ତୁ କଦଳୀପତ୍ରରେ ଷ୍ଟିମ ଚିକେନ

pinterest
76

ଚିକେନରେ ଆପଣ ବିଭିନ୍ନ ରେସିପି ପ୍ରସ୍ତୁତ କରି ଖାଆନ୍ତି, କିନ୍ତୁ ଯଦି ଆପଣଙ୍କୁ ସେଥିରେ ପ୍ରସ୍ତୁତ କିଛି ନିଆରା ରେସିପି ଦିଆଯାଏ ତେବେ ଖାଇବାର ସ୍ୱାଦ ଦ୍ୱିଗୁଣିତ ହୋଇଯିବ । ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଶିଖାଇବୁ ସେହିଭଳି ଏକ ରେସିପି, ଯାହାକୁ ଅତି ସହଜରେ ଆପଣ ଘରେ ପ୍ରସ୍ତୁତ କରିପାରିବେ ।

ସାଧାରଣ କଥା ହେଉଛି ଏଥିରେ ବ୍ୟବହାର ହୋଇଥିବା ସମସ୍ତ ଜିନିଷ ଆପଣଙ୍କ ଘରେ ଅତି ସହଜରେ ଉପଲବ୍ଧ । ତେଣୁ ପ୍ରଥମେ ଚିକେନକୁ ଭଲ ଭାବରେ ଧୋଇ ସେଥିରେ ଲୁଣ, ହଳଦୀ, ସାମାନ୍ୟ ତେଲ, ଅଦା ଓ ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ, ଗରମ ମସଲା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ,ସାମାନ୍ୟ ଲେମ୍ବୁ ରସ ଓ ଦହି ପକାଇ ଭଲ ଭାବରେ ମିଶାନ୍ତୁ । ଏହାକୁ ୩୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏହା ବ୍ୟତୀତ ଆପଣ ଏହି ମିଶ୍ରଣକୁ ୬ ଘଂଟା ଫ୍ରିଜରେ ମଧ୍ୟ ରଖିପାରିବେ । ଏବେ କଦଳୀ ପତ୍ରକୁ ଭଲ ଭାବରେ ଧୋଇ ସେଥିରେ ତେଲ ଲଗାନ୍ତୁ ଏବଂ ମ୍ୟାରିନେଟ ଚିକେନକୁ ତାହା ଉପରେ ରଖି ଭଲ ଭାବରେ ବନ୍ଦ କରି ଦିଅନ୍ତୁ ବା ତାହାକୁ ସୁତାରେ ଗୁଡ଼ାଇ ଦିଅନ୍ତୁ । ଏବେ ଇଡଲୀ ଛାଂଚରେ ପାଣି ନେଇ ଗରମ କରନ୍ତୁ ଏବଂ ଫୁଟିବା ପରେ ଇଡଲୀ ଛାଂଚରେ ଇଡଲୀ କରିବା ଭଳି ଚିକେନକୁ ମଧ୍ୟ ରଖି ଦିଅନ୍ତୁ । ୨୦ରୁ ୨୫ ମିନିଟ ପରେ ଏହାକୁ ବାହାର କରି ପରଷନ୍ତୁ ଗରମ ଗରମ କଦଳୀ ପତ୍ର ଦିଆ ଷ୍ଟିମ ଚିକେନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More