ପବିତ୍ର ଧନତରାସରେ କିଣନ୍ତୁ ନାହିଁ ଷ୍ଟିଲ ବାସନ, ଜାଣନ୍ତୁ ଏହାର କାରଣ କ’ଣ ?
ଦୀପାବଳି ପୁର୍ବରୁ ଧନତରାସ ଉତ୍ସବ ପାଳନ କରାଯାଏ । ଚଳିତ ବର୍ଷ ଧନତରାସ ନଭେମ୍ବର ୫ରେ ପଡୁଛି । ଏହି ପର୍ବରୁ କିଛି ଜିନିଷ କିଣିଲେ ଶୁଭ ଏବଂ ଅଶୁଭ ବୋଲି ମାନ୍ୟତା ରହିଛି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ଏହି ଉତ୍ସବ ପାଳନ କରାଯିବା ପଛରେ ପୌରାଣିକ କଥା ମଧ୍ୟ ରହିଛି।
ଶାସ୍ତ୍ର ଅନୁସାରେ ସମୁଦ୍ର ମନ୍ଥନ ସମୟରେ ତ୍ରୟୋଦଶୀ ଦିନ ଭଗବାନ ଧନ୍ୱନ୍ତରୀଙ୍କର ଆବିର୍ଭାବ ହୋଇଥିଲେ। ଏଥିପାଇଁ ଧନ୍ୱନ୍ତରୀଙ୍କ ଉଦ୍ଦେଶ୍ୟରେ ଧନତରାସ ଉତ୍ସବ ପାଳନ କରାଯାଇଥାଏ। ଧନତରାସ ସୁଖ ଓ ସମୃଦ୍ଧିର ପର୍ବ।
ଏଣୁ ଏହି ଦିନ ସୁନା, ଚାନ୍ଦି କିମ୍ୱା ନୂଆ ବାସନ କିଣିବା ଶୁଭ ବୋଲି କୁହାଯାଇଥାଏ। କିନ୍ତୁ ଏହି ଦିନ ଲୁହା କିମ୍ବା ଷ୍ଟିଲ୍ ଜିନିଷ କିଣନ୍ତୁ ନାହିଁ। ଅଧିକାଂଶ ଲୋକ ଏହି ଦିନ ଷ୍ଟିଲ୍ ବାସନ କିଣିଥାନ୍ତି। ଷ୍ଟିଲ୍ ମଧ୍ୟ ଲୁହାର ଏକ ଅଂଶ, ଏଥିପାଇଁ ଏହି ଦିନ ଷ୍ଟିଲ୍ ବାସନ କିଣିବାଠାରୁ ଦୂରେଇ ରୁହନ୍ତୁ।
ଭଗବାନ ଧନ୍ୱନ୍ତରୀକୁ ବିଷ୍ଣୁଙ୍କର ଅନ୍ୟ ରୂପ ବୋଲି କୁହାଯାଇଥାଏ। ଯିଏ ଚାରି ଭୂଜ ସହିତ ଶଙ୍ଖ ଓ ଚକ୍ର ଧାରଣ କରିଥାନ୍ତି ଏବଂ ଗୋଟିଏ ହାତରେ ଅମୃତ କଳସ ଧାରଣ କରିଥାନ୍ତି। ଏହି କଳସ ପିତ୍ତଳର ହୋଇଥିବାରୁ ଏହି ଦିନ ପିତ୍ତଳ ଜିନିଷ କିଣିବା ଶୁଭ ବୋଲି କୁହାଯାଇଥାଏ। କିନ୍ତୁ ଷ୍ଟିଲ୍ ବାସନ କିଣିବା ବାସ୍ତୁ ଅନୁସାରେ ଅଶୁଭ ବୋଲି କୁହାଯାଇଥାଏ।