Only for Entertainment

ନିଜକୁ କିମ୍ବଦନ୍ତୀ ବୋଲି ସ୍ୱୀକାର କରୁନାହାନ୍ତି ସ୍ଟିଭେନ ସ୍ପିଲବର୍ଗ, ଜାଣନ୍ତୁ କଣ ରହିଛି କାରଣ ?

metro
0 44

୩ଥର ଓସ୍କାର ଜିତିବା ଥିବା ଫିଲ୍ମ ନିର୍ମାତା ସ୍ଟିଭେନ ସ୍ପିଲବର୍ଗ ନିଜକୁ କିମ୍ବଦନ୍ତୀ ନୁହନ୍ତି କେବଳ ସାଧାରଣ ଫିଲ୍ମ ନିର୍ଦ୍ଧେଶକ ଭାବନ୍ତି । ଅନେକ ପ୍ରସିଦ୍ଧ ଫିଲ୍ମ ଯେପରି ‘ଜୁରାସିକ ପାର୍କ’ ଏବଂ ‘ଇଣ୍ଡିଆନା ଜୋନ୍ସ’ରେ ନିର୍ଦ୍ଧେଶନା ଦେଇଛନ୍ତି । ଏହି ୭୧ବର୍ଷୀୟ ବୟସ୍କ ଏହି ଫିଲ୍ମ ନିର୍ଦ୍ଧେଶକଙ୍କୁ ରବିବାର ଦିନ ରାକୁଟେନ ଟିଭି ଏମ୍ପାୟାର ଆୱାର୍ଡରେ ସମ୍ମାନୀତ କରାଯାଇଛି, ମାତ୍ର ସେ ସେଠାରେ ସ୍ୱୀକାର କରିଛନ୍ତି ଯେ ସେ ଜଣେ ସାଧାରଣ ଫିଲ୍ମ ନିର୍ଦ୍ଧେଶକ ଅଟନ୍ତି ।

ସ୍ଟିଭେନ ସ୍ପିଲବର୍ଗ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ଯେ ସମସ୍ତେ ତାଙ୍କୁ ଲେଜେଣ୍ଡ କହୁଛନ୍ତି ମାତ୍ର ସେ ଜଣେ ସାଧାରଣ ବ୍ୟକ୍ତିତ୍ୱ । ମାତ୍ର ଏଭଳି ସମ୍ବୋଧିତ କରି ତାଙ୍କୁ ଯେଉଁ ପୁରଷ୍କାର ଦିଆଯାଇଛି ତାହାକୁ ଖୁସିର ସହ ସେ ସ୍ୱୀକାର କରିଛନ୍ତି ।
ସ୍ପିଲବଗ ନିଜର ପୁରଷ୍କାରକୁ ଘରେ ନ ରଖି ସେ ସମସ୍ତ ପୁରଷ୍କାରକୁ ତାଙ୍କ କାର୍ଯ୍ୟାଳୟରେ ରଖନ୍ତି ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More