Only for Entertainment

କାହିଁକି ନବ ବିବାହିତ ଦମ୍ପତ୍ତିକୁ ବାରମ୍ବାର ଏହି ପ୍ରଶ୍ନ କରାଯାଏ?

punjabkesari
171

ଭାରତୀୟ ବିବାହରେ ଲୋକଙ୍କ ଆଗ୍ରହ ଅଧିକ ଥିବାର ଦେଖିବାକୁ ମିଳେ । ଯଦି ବୟସ ବଢିଯାଏ ଘର ଲୋକ ମନାଇବାକୁ ବାରମ୍ବାର ଚେଷ୍ଟା କରନ୍ତି । ଯଦି ସେ ମନା କରେ ତେବେ ବିଭିନ୍ନ ପ୍ରଶ୍ନ କରନ୍ତି । ଏହି ପ୍ରଶ୍ନ କେବଳ ବିବାହ ପର୍ଯ୍ୟନ୍ତ ନୁହେଁ ବରଂ ବିବାହ ପରେ ମଧ୍ୟ ଚାଲେ । ବିବାହ ପୂର୍ବରୁ କେବେ ବିବାହ କରିବ ଏବଂ ପରେ କେବେ ଛୁଆ ଜନ୍ମ କରିବ । ଏହିଭଳି ପ୍ରଶ୍ନ ବାରମ୍ବାର ସାମ୍ନା କରିବାକୁ ପଡ଼େ ।

ବିବାହ ପରେ ୧ ବା ୨ ବର୍ଷ ମଧ୍ୟରେ ଛୁଆ ପାଇଁ ପ୍ଲାନିଂ କରାଯାଏ । କାରଣ ଘର ଲୋକ ଏବଂ ସଂପର୍କୀୟ ବାରମ୍ବାର ଚାପ ପକାନ୍ତି ।

ଯଦି ବିବାହ ପରେ କପଲ ଅନ୍ୟ ସହରକୁ ଚାଲିଯାଆନ୍ତି ତେବେ ସେଠାରେ ପଡ଼ୋଶୀ ପିଛା ଛାଡ଼ନ୍ତି ନାହିଁ । ସେମାନେ କାହିଁକା ମା ବାପାଙ୍କ ଠାରୁ ଦୂରେଇ ଅଛନ୍ତି ଏବଂ ଛୁଆ ଜନ୍ମ କେବେ କରିବେ ତାହା ଜାଣିବା ପାଇଁ ଖୁବ ଚେଷ୍ଟା କରନ୍ତି ।

ଏହାପରେ ଘର ଶ୍ୱଶୁର ଘର ଲୋକ ଏକ ପ୍ରକାରର ଇମୋଶନାଲ ବ୍ଲାକମେଲିଂ କରନ୍ତି । ଯେପରିକି ବୟସ ବଢିଗଲାଣି ଆମ ନିକଟରେ ଆଉ ସମୟ ନାହିଁ । ଖୁସି ଖବର ଶୁଣିବା ପାଇଁ ସଂପର୍କୀୟ ମାନେ ଖୁବ ଇଛୁକ । ବାରମ୍ବାର ପ୍ରଶ୍ନ ଆସେ କେବେ ଗୁଡ ନ୍ୟୁଜ ମିଳିବ ।

ତେବେ ଏହି ସମସ୍ତ କ୍ଷେତ୍ରରେ କପଲ ମାନଙ୍କର ନିଜର ଏକ ଆତ୍ମ ସମ୍ମାନ ଏବଂ ଅଧିକାର ରହିଛି । ଯାହା ଦ୍ୱାରା ସେମାନଙ୍କର ନିଜର କିଛି ଇଛା ଏବଂ ନିଷ୍ପତ୍ତି ରହିଛି । କାରଣ ସମ୍ମାନର ସହିତ ବଂଚିବାର ଅଧିକାର ମସସ୍ତଙ୍କର ଅଛି ଏବଂ ରହିବା ଆବଶ୍ୟକ । ଏହିଭଳି କଥା ବାରମ୍ବାର ସାମ୍ନାକୁ ଆସିବା ଦ୍ୱାରା ପତି ପତ୍ନୀଙ୍କ ମଧ୍ୟରେ ମନମାଳିନ୍ୟ ବଢିବାରେ ଲାଗେ । ତେଣୁ ଯଦି ଆପଣ ଶୁଭଚିନ୍ତକ ବାରମ୍ବାର ଏହି ପ୍ରଶ୍ନ କରନ୍ତୁ ନାହିଁ । ଏହା ଦ୍ୱାରା ମହିଳା ଡିପ୍ରେସନରେ ରହିବେ ନାହିଁ । କାରଣ ବାରମ୍ବାର ଏହି ପ୍ରଶ୍ନ ଶୁଣିଲେ ସେମାନେ ଚିନ୍ତାମଗ୍ନ ରୁହନ୍ତି । ବିଶେଷଜ୍ଞଙ୍କ ଅନୁସାରେ ମହିଳା ଚିନ୍ତାରେ ରହିବା ଆଦୌ ଭଲ ନୁହେଁ । ଖାସ କରି ଯିଏ ପରିବାର ପାଇଁ ଚିନ୍ତା କରୁଥାଏ । ଯଦି ସେମାନେ ଚିନ୍ତାରେ ରୁହନ୍ତି ତେବେ ତାହାର ଖରାପ ପ୍ରଭାବ ଗର୍ଭାବସ୍ଥା ଉପରେ ପଡ଼େ । ତେଣୁ ସେମାନଙ୍କୁ ନିଜ ନିଷ୍ପତ୍ତି ନେବା ପାଇଁ ଛାଡ଼ି ଦେବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More