Only for Entertainment

ଶ୍ରୀସନ୍ତଙ୍କୁ ନେଇ ଉଠିଲା ଗୁଜବ, କ’ଣ ସତରେ ବିଗବସ ଘରୁ ବାହାରିଲେ ଶ୍ରୀସନ୍ତ !

22

ବିଗବସ ସିଜନ୧୨ର ବିଜେତା କୁ ନେଇ କେବଳ ବିଗବସ ଘରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ତେହେଲକା ମଚିଯାଇଛି । ନିକଟରେ ୱାଇଲ୍ଡ କାର୍ଡ ଏଂଟ୍ରି ସୁରଭି ରାଣା ଏଲିମିନେଶନରେ ଘରୁ ବାହାରି ଯାଇଛନ୍ତି । ସୁରଭି ଯିବା ପରେ ଏବେ ଏହି ଘରେ ରୋମିଲ ଚୌଧୁରୀ, ଦୀପକ ଠାକୁର, ଦୀପିକା କକ୍କଡ ଏବଂ କରଣବୀର ବୋହରା ବଂଚି ଯାଇଛନ୍ତି । ତେବେ ଏହାମଧ୍ୟରେ ସୋସିଆଲ ମିଡିଆରେ ଏବେ ଏକ ଖବର ଜୋରସୋର ଚର୍ଚ୍ଚାର ବିଷୟ ପାଲିଟିଛି । ଗୁଜବ ଖବର ଶୁଣିବାକୁ ମିଳିଛି ଯେ ଶ୍ରୀସନ୍ତ ବିଗବସ ଘରୁ ଏଲିମିନେଟ ହୋଇଯାଇଛନ୍ତି । ଏହିକଥାରେ କେତେ ସତ ରହିଛି ତାହା ଆଜି ବିଗବସରେ ଜଣାପଡିବ । ଏହି ଖବରକୁ ଲଗାମ ଲଗାଇ ଶ୍ରୀସନ୍ତଙ୍କ ପତ୍ନୀ ଭୂବନେଶ୍ୱରୀ ସୋସିଆଲ ମିଡିଆରେ ୟୂଜର୍ସ ଖୁବ କ୍ଲାସ କରିଛନ୍ତି ।

ଅସଲରେ ଇଂଟରନେଟରେ ଜଣେ ବିଗବସ ଫ୍ୟାନ କହିଛନ୍ତି ଯେ ଶ୍ରୀସନ୍ତ କାନ୍ଥ ଡେଇଁ ବିଗବସ ଗୃହରୁ ବାହାରି ଯାଇଛନ୍ତି ଏହାର କାରଣ ହେଉଛି ଦୀପକ ଠାକୁରଙ୍କ ସହ ଝଗଡା । ଏହିକାରଣରୁ ସେ ଘରୁ ବାହାରି ଯାଇଥିବା ଏକ ଫ୍ୟାନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଏହା କେତେ ଦୂର ସତ ତାହା ଆଜିର ଶୋ’ରେ ହିଁ ଜଣା ପଡିବ । ଏହା ଦେଇ ଭୂବନେଶ୍ୱରୀ କହିଛନ୍ତି ଏ ସବୁ ମିଛ ଏବଂ ଶ୍ରସନ୍ତଙ୍କୁ ଭୋଟ ଦେବା ଲାଗି ମଧ୍ୟ ଅପିଲ କରିଛନ୍ତି ଶ୍ରୀସନ୍ତଙ୍କ ପତ୍ନୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More