Only for Entertainment

ମୋଦି ସରକାରଙ୍କ ନୂଆ ଅଭିଯାନ ‘ଭାରତ କି ଲକ୍ଷ୍ମୀ’ ପାଇଁ ହାତ ମିଳାଇଲେ ଦୀପିକା ପାଦୁକୋନ ଓ ପିଭି ସିନ୍ଧୁୁ

Times of India
47

ଦେଶର ସଫଳ ନାରୀଙ୍କ କଥାକୁ ସାମ୍ନାକୁ ଆଣିବେ କେନ୍ଦ୍ର ସରକାର । ବିଭିନ୍ନ କ୍ଷେତ୍ରରେ ଏମାନଙ୍କୁ ମିଳିଥିବା ସଫଳତା, ଉପଲବ୍ଧି କଥା ଜାଣିବ ପୂରା ଦେଶ । ଦିୱାଲୀ ମୌକାରେ ଦେଶର ମା, ଭଉଣୀ, ଝିଅଙ୍କ ସଫଳତାର କାହାଣୀ ଜଣେଇବା ପାଇଁ ମୋଦି ସରକାର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ‘ଭାରତ ର ଲକ୍ଷ୍ମୀ’ ରହିଛି ଏହି ଅଭିଯାନର ନାଁ । ବଲିଉଡ ନାୟିକା ଦିପିକା ପାଦୁକୋଣ ଏବଂ ୱାଲ୍ଡ ବ୍ୟାଡମିଂଟନ ଚାମ୍ପିୟନ ପିଭି ସିନ୍ଧୁ ଏହି କ୍ୟାମ୍ପେନର ମୁଖ୍ୟ ପ୍ରଚାରକ ଦାୟିତ୍ୱ ତୁଳାଉଛନ୍ତି ।

ନିକଟରେ ଆସିଛି ଭାରତର ଲକ୍ଷ୍ମୀର ପ୍ରଥମ କ୍ୟାମ୍ପେନ ଭିଡିଓ । ଯେଉଁଥିରେ ଉଭୟ ସେଲିବ୍ରେଟି ଭାରତ ଲକ୍ଷ୍ମୀ ଅଭିଯାନ ପାଇଁ ପ୍ରଚାର କରିବା ସହ ଦେଶବାସୀଙ୍କୁ ଗୋଟେ ଅପିଲ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ନିଜ ନିଜର ପାରଦର୍ଶିତା ଦେଖାଥିବା, ନୂଆ କିଛି ଉପଲବ୍ଧି ପାଇଥିବା, ସଫଳତା ଆଣିଥିବା ଦେଶରେ କୋଣ ଅନୁକୋଣରେ ରହିଥିବା ସମସ୍ତ ମହିଳାଙ୍କୁ ସାମ୍ନାକୁ ଆଣିବା ପାଇଁ ଅପିଲ କରାଯାଇଛି । ଦିୱାଲି ଅବସରରେ ମହିଳା ସଂଶକ୍ତିକରଣକୁ ଅଧିକ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି । ଭିଡିଓକୁ ପ୍ରଧାନମନ୍ତ୍ରୀ ମୋଦି, ନାୟିକା ଦିପିକା ପାଦୁକୋଣ, ଷ୍ଟାରଖେଳାଳି ପିଭି ସିନ୍ଧୁ ଟୁଇଟର ପେଜରେ ପୋଷ୍ଟ କରିଛନ୍ତି ।

ମୋଦି ଲେଖିଛନ୍ତି ଭାରତୀୟ ନାରୀଙ୍କ ଶକ୍ତି ହେଉଛି ପ୍ରତିଭା, କଠୋର ତପସ୍ୟା, ଦୃଢ ସଂକଳ୍ପ ଓ ସର୍ମପଣର ପ୍ରତିକ । ସେଭଳି ପିଭି ସିନ୍ଧୁ କହିଛନ୍ତି ସମାଜ ସେତେବେଳେ ଆଗକୁ ବଢେ ଯେବେ ମହିଳା ଅଧିକ ସଶକ୍ତ କରାଯାଏ, ସେମାନଙ୍କ ପ୍ରତିଭାକୁ ସାମ୍ନାକୁ ଅଣାଯାଏ ଓ ଉପଲବ୍ଧିକୁ ସମ୍ମାନ ଜଣାଯାଏ । ମୋଦିଙ୍କ ଭାରତଲକ୍ଷ୍ମୀ ଅଭିଯାନକୁ ସମର୍ଥନ ଜଣାଇ ଦିପିକା କହିଛନ୍ତି ଏଥରକ ଦିୱାଲୀକୁ ଅଧିକ ଆଲୋକିତ କରୁନ୍ତୁ ଦେଶର ମହିଳାଙ୍କ ଯୋଗଦାନକୁ ସେଲିବ୍ରେଟ କରନ୍ତୁ । ମୋଦି ସରକାରଙ୍କ ଏହି ଅଭିଯାନ ଜରିଆରେ ମହିଳାଙ୍କ ପ୍ରତି ସମ୍ମାନ ବୃଦ୍ଧି ସହ ସେମାନଙ୍କ ସୁରକ୍ଷାଦିଗରେ ଅଧିକ ଜାଗ୍ରତ କରିବାକୁ ଅପିଲ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More