Only for Entertainment

ମମତାର ଉଦାହରଣ ଏହି କୁକୁର, ମାଙ୍କଡ଼ ଛୁଆକୁ କୋଳରେ ଧରି କରୁଛି ମା’ର କର୍ତ୍ତବ୍ୟ । ଇମୋଶନାଲ କରିଦେବ ଫଟୋ ।

punjab keasri
30

କୁହାଯାଏ ମଣିଷ ହୁଅନ୍ତୁ ବା ପଶୁ ମା’ର ମମତା ସମସ୍ତଙ୍କ ପାଇଁ ସମାନ । ଏହିଭଳି ଏକ ଘଟଣା ହୌଶଙ୍ଗାବାଦ ଜିଲ୍ଲାର ଶିବନୀ ମାଲୱାର ଗାଁ କାଶଖେଣ୍ଡିରେ ସାମ୍ନାକୁ ଆସିଛି । ଯେଉଁଠାରେ ଏକ କୁନି ମାଙ୍କଡ଼ ଏବଂ ମା କୁକୁର ଏକ ସାଙ୍ଗରେ ରହିବାର ଦୃଶ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେହି କୁନି ମାଙ୍କଡ଼ଟିର ଦେଖା ରେଖା କରୁଛି ମା କୁକୁର । ସେ ସବୁବେଳେ ମାଙ୍କଡ଼ଟିକୁ ନିଜସାଙ୍ଗରେ ରଖୁଛି ଏବଂ ତାକୁ ଦୁଗ୍ଧ ମଧ୍ୟ ପିଆଉଛି । ଗାଁ ଲୋକଙ୍କ କହିବା ଅନୁସାରେ ଏହି ମାଙ୍କଡ଼ ଜନ୍ମ ପରେ ଏକା ଏକା ବୁଲୁଥିଲା । ସେହି ସମୟରେ କିଛି ଦୁଷ୍ଟ କୁକର ତା ପଛରେ ପଡ଼ିଗଲେ ଏବଂ ଏହି ମା କୁକୁରଟି ତାକୁ ବଂଚାଇଥିଲା । ସେହି ଦିନଠାରୁ ସେ ମାଙ୍କଡ଼ିଟିକୁ ନିଜ ସାଙ୍ଗରେ ରଖିଛି । ଭିନ୍ନ ଭିନ୍ନ ପ୍ରଜାତିର ହେଲେ ମଧ୍ୟ ଏହି ଦୁଇ ଜଣଙ୍କ ସଂପର୍କ ମମତାର ଅନ୍ୟ ଏକ ନାମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More