Only for Entertainment

୧୯ ବର୍ଷ ପରେ ଆସିଛି ଏଭଳି ସଂଯୋଗ, ଏହାପରେ ୨୦୮୪ରେ ଆସିବ

hindustan
331

ଭାଇ ଭଉଣୀର ସଂପର୍କ ଖୁବ ପବିତ୍ର । ଆଜି ରାକ୍ଷୀ ପୂର୍ଣ୍ଣିମା । ସବୁ ଭଉଣୀ ମାନେ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି । ଖୁବ ଧୁମଧାମରେ ପାଳନ ହେଉଛି ଆଜିର ଦିନ । ଆଜିର ସଂଯୋଗ ସବୁଠାରୁ ଖାସ । ଯାହା ବହୁ ଦିନ ପରେ ଆସିଛି । ଜ୍ୟୋତିଷ ବିଦ୍ୱାନଙ୍କ କହିବା ଅନୁସାରେ ଏହି ଶୁକ୍ଳ ପୁର୍ଣ୍ଣିମା ୧୯ ବର୍ଷ ପରେ ପୁଣିଥରେ ସଂଯୋଗ ନେଇ ଆସିଛି ।

ଜ୍ୟୋତିଷ ବିଦ୍ୱାନ ପଣ୍ଡିତ ରାକେଶ ଝାଙ୍କ କହିବା ଅନୁସାରେ ଆଜି ଏହା ୧୫ ଅଗଷ୍ଟକୁ ପଡ଼ିଛି । ଏହା ପୂର୍ବରୁ ୨୦୦୦ ମସିହାରେ ଏଭଳି ଏକ ସଂଯୋଗ ପଡ଼ିଥିଲା । ଗୁରୁବାରକୁ ପଡ଼ୁଥିବା ପର୍ବ ଶ୍ରାବଣ ନକ୍ଷତ୍ରରେ ପାଳନ କରାଯାଏ । ତେଣୁ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀକୁ ସମୟକୁ ଅପେକ୍ଷା କରିବା ଆବଶ୍ୟକ ନାହିଁ ।

ଗୁରୁବାରକୁ ପୁର୍ଣ୍ଣିମା ପଡ଼ିଥିବାରୁ ଏହି ତିଥିର ମହତ୍ୱ ବଢିଯାଇଛି । ଏହି ଦିନ ରାକ୍ଷୀ ବାନ୍ଧିଲେ ଐଶ୍ୱର୍ଯ୍ୟ ଏବଂ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More