Only for Entertainment

ଅଭିନେତ୍ରୀ ସମିରା ରେଡ୍ଡି ବେବି ବମ୍ପ ଦେଖାଇ କରାଇଲେ ଭିଡିଓ ଶୁଟ୍ , ଆରମ୍ଭ କଲେ #ImperfectlyPerfect କ୍ୟାମ୍ପେନ !

67

ଅଭିନେତ୍ରୀ ସମିରା ରେଡ୍ଡି ଯିଏ ନିଜ ଦ୍ୱିତୀୟ ଛୁଆ ପାଇଁ ଆଶା କରିଛନ୍ତି । ବଲିଉଡ ଅଭିନେତ୍ରୀ ସମୀର ରେଡି ଦ୍ୱିତୀୟ ଥର ଗର୍ଭବତୀ ହୋଇଛନ୍ତି । କିଛି ଦିନ ହେବ ସେ ନିଜ ମାତୃତ୍ୱର ଖୁସିକୁ ଉପଭୋଗ କରୁଛନ୍ତି । ନିକଟରେ ସୋସିଆଲ ମିଡିଆରେ ସମୀରା ରେଡି ନିଜର ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଯାହାର ହାସଟ୍ୟାଗ #ImperfectlyPerfect ରହିଛି ଅଟେ । ଏହି କ୍ୟାମ୍ପେନର ଆରମ୍ଭ ସହ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ସେ ଧଳା ରଂଗର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଏହାବ୍ୟତୀତ ତାଙ୍କୁ ମୁମ୍ବାଇର ଏକ ରେସ୍ତୋରାଁରେ ସ୍ପଟ କରାଯାଇଥିଲା । ସେ ତାଙ୍କ ପୁଅ ସହ ସ୍ପଟ ହୋଇଥିଲେ । ଏହାପୂର୍ବରୁ ସମୀର ରେଡ୍ଡୀ ପାଣି ଭିତରେ ମ୍ୟାଟର୍ନିଟି ଫଟୋସୁଟ କରାଇଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଫଟୋରେ ସମୀର ବିକିନୀରେ ନିଜ ବେବୀ ବମ୍ପ ଦେଖାଉଥିବାର ନଜର ଆସିଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ସେ ୨୦୧୪ରେ ଜଣେ ବିଜନେସମ୍ୟାନ ଅକ୍ଷୟ ବର୍ଦେଙ୍କୁ ବିବାହ କରିଥିଲେ ।

ଏହାପରେ ୨୦୧୫ରେ ତାଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା । ସେ ହିନ୍ଦୀ ଫିଲ୍ମ ବ୍ୟତୀତ ତାମିଲ, ତେଲୁଗୁ, ମଲୟାଲାମ, କନ୍ନଡ ଏବଂ ବଙ୍ଗାଳୀ ଫିଲ୍ମରେ କାମ କରିଛନ୍ତି । ମାତ୍ର ଏବେ ସେ ଫିଲ୍ମ ଦୁନିଆରୁ ଖୁବ ଦୂରରେ ପରିବାର ସହ ସମୟ ବିତାଉଛନ୍ତି । ମାତ୍ର ସୋସିଆଲ ମିଡିଆରେ ସମୀର ଖୁବ ଆକ୍ଟିଭ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More