Only for Entertainment

ଦହପା ଶିବମନ୍ଦିରରେ ପ୍ରତି ବର୍ଷ ବଢିଥାଏ ଶିବଲିଙ୍ଗର ଉଚ୍ଚତା !

41

ଉତ୍ତରପ୍ରଦେଶର ଜନପଦ ହାପୁଡର ଟେକ୍ସଟାଇଲ ସିଟି ନାଁ’ରେ ପ୍ରସିଦ୍ଧ ପିଲଖୁବାରୁ ମାତ୍ର ଅଢେଇ କିଲୋମିଟର ଦୂର ଗାଁ ଦହପାସ୍ଥିତ ପ୍ରାଚୀନ ଶିବ ମନ୍ଦିରରେ ଥିବା ଶିବଲିଙ୍ଗକୁ ଭଗବାନ ଶିବଙ୍କ ସାକ୍ଷାତ ରୂପ ବୋଲି ମାନାଯାଇଥାଏ । ମାନ୍ୟତା ରହିଛି ଯେ ଏହି ମନ୍ଦିରରେ ଯେ କୌଣସି ଭକ୍ତ ସତ୍ ମନରେ ଭଗବାନ ଭୋଳାନାଥଙ୍କୁ କିଛି ମାଗିଲେ , ଏହା ନିଶ୍ଚୟ ପୂରଣ ହୋଇଥାଏ ।

ସେମିତି ବି କସ୍ୱେରେ ଆହୁରି ଅନେକ ମନ୍ଦିର ରହିଛି ଯେଉଁଠାକୁ ଅନେକ ଦୂର ଦୂରକୁ ଲୋକେ ଦର୍ଶନ ପାଇଁ ଆସିଥାଆନ୍ତି । ଶିବରାତ୍ରୀରେ ଏଠାରେ ବିଶେଷ ପୂଜାର ଆୟୋଜନ ହୋଇଥାଏ । ଅନେକ କାଉଡିଆ ଏଠାକୁ ଜଳ ଅର୍ପଣ କରିବା ପାଇଁ ଆସିଥାଆନ୍ତି । ଏହି ପୂରୁଣା ମନ୍ଦିରରେ ଦିଲ୍ଲୀ, ଗାଜିଆବାଦ, ନୋଏଡା, ମୋଦିନଗର, ପିଲଖୁବା, ଧୌଲାନା, ହାପୁଡ ଆଦି ବ୍ୟତୀତ ଆଖପାଖ ଇଲାକାରୁ ଏକ ଲକ୍ଷରୁ ଅଧିକ କାଉଡିଆ ଏଠାକୁ ଜଳ ଅର୍ପଣ କରିବା ପାଇଁ ଆସିଥାଆନ୍ତି ।

ପୌରାଣିକ କଥା:
ମନ୍ଦିର ପୂଜାରୀ ବାବା ଛୋଟୁନାଥ କହିଛନ୍ତି ଯେ ସେ ଏହି ମନ୍ଦିରରେ ୩୦ବର୍ଷ ହେବ ସେବା କରି ଆସୁଛନ୍ତି । ତାଙ୍କ କହିବା ମୁତାବକ ଦହପାର ପ୍ରାଚୀନ ମନ୍ଦିର ୩୫୦ବର୍ଷରୁ ଅଧିକ ପୂରୁଣା ଅଟେ । ସେ ସମୟରେ ଠଖରା ତ୍ୟାଗୀ ନିଜ ଖେତରେ ହଳ କରୁଥିଲେ । ତାଙ୍କ ବଳଦ ହଠାତ ଅଟକି ଯାଇଥିଲା , ଯେଉଁଠାରେ ଏକ ପଥର ଦିଶିଥିଲା । ଶୁଣିବାକୁ ମିଳିଛି ଯେ ସେହି ପଥରକୁ ଯେତେ ବାହାର କରିବା ପାଇଁ ପ୍ରୟାସ କରିଥିଲେ, ତାହା ସେତେ ତଳକୁ ଦବି ବାରେ ଲାଗିଥିଲା । ଥରେ ରାତିରେ ତାଙ୍କୁ ସ୍ୱପ୍ନରେ କୌଣସି ଦିବ୍ୟଶକ୍ତି କହିଥିଲେ ସେହି ଭୂମିକୁ ଛାଡିଦେବା ପାଇଁ ।

ଗାଁର କିଛି ବୟସ୍କ ମନ୍ଦିର ସହ ଜଡିତ ଲୋକ କହିଛନ୍ତି ଯେ ପ୍ରତିବର୍ଷ ଏହି ଶିବଲିଙ୍ଗ ୧ସେମି ବଢିଥାଏ । ଯାହାର ଆକାର ଏବେ ୩ଫୁଟରୁ ଅଧିକ ଅଟେ । ଗାଁ ଲୋକମାନେ ମିଶି ଶିବ ମନ୍ଦିରର ନିର୍ମାଣ କରିଥିଲେ , ଏହି ପୂରାତନ ମନ୍ଦିରରେ ଶ୍ରାବଣ ମାସରେ ଏକ ଲକ୍ଷରୁ ଉଦ୍ଧ୍ୱର୍ କାଉଡିଆ ଶିବଲିଙ୍ଗରେ ଜଳ ଢାଳିଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More