Only for Entertainment

ହାତରେ ଖୁବ ଭାଗ୍ୟଶାଳୀ ହୋଇଥାଏ ଏହି ଚିହ୍ନ !

294

ସମୁଦ୍ର ଶାସ୍ତ୍ର ମୁତାବକ ହାତରେ ତ୍ରିଶୂଳ ଚିହ୍ନ ଶୁଭ ବୋଲି ମାନ୍ୟତା ରହିଛି । ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ଚିହ୍ନ ରହିଛି ଏହାଦ୍ୱାରା ରେଖାର ଫଳ ଅନେକ ଗୁଣରେ ବଢି ଯାଇଥାଏ । ଜ୍ୟୋତିଷବିତ ସୁଖବିନ୍ଦର ସିଂଙ୍କ ମୁତାବକ ଯଦି ତ୍ରିଶୂଳ ଚିହ୍ନ ଭାଗ୍ୟ ରେଖା ଉପରେ ଅବସ୍ଥିତ ତେବେ ବ୍ୟକ୍ତି ଖୁବ ଭାଗ୍ୟଶାଳୀ ହୋଇଥାଏ ଏବଂ ତାକୁ ଜୀବନର ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ ।

ସେହିଭଳି ଯେଉଁ ବ୍ୟକ୍ତିଙ୍କ ହାତରେ ହୃଦୟ ରେଖା ଶୀରା ଉପରେ ଗୁରୁ ପର୍ବତ ପାଖରେ ତ୍ରିଶୂଳର ଚିହ୍ନ ରହିଛି ସେ ସମାଜରେ ଗୌରବଶୀଳ ଏବଂ ପ୍ରତିଭାବାନ ହୋଇଥାଏ । ସୂର୍ଯ୍ୟରେଖାରେ ତ୍ରିଶୂଳ ଚିହ୍ନ ସହ ଅନ୍ୟ ରେଖା ବାହାରିଥିଲେ ଓଲଟା ଫଳ ମିଳିଥାଏ ।

ସୁଖବିନ୍ଦର ସିଂଙ୍କ ମୁତାବକ ଯାହା ହାତରେ ୧୦ଟି ଆଙ୍ଗୁଠିରେ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଚକ୍ର ଚିହ୍ନ ରହିଥିବ ସେ ଚଳ୍ରବର୍ତ୍ତୀ ହୋଇଥାଏ । ପ୍ରାଚୀନ ସମୟରେ ଏଭଳି ବ୍ୟକ୍ତିଙ୍କୁ ରାଜଯୋଗ ପ୍ରାପ୍ତି ହୋଇଥାଏ, ମାତ୍ର ଏବେର ସମୟରେ ରାଜାଙ୍କ ଶାସନ ନହେବାରୁ ମାନ୍ୟତା ରହିଛି ଯେ ତାଙ୍କ ବଡ ଭୂମି ଉପରେ ଆଧିପତ୍ୟ ରହିଛି । ଏହି ଲୋକଙ୍କୁ ସରକାରୀ ପଦବୀ ଏବଂ ଧନ ସମ୍ପତ୍ତି ମିଳିଥାଏ । ହାତରେ ମାଛ ଚିହ୍ନ ହେବା ଶୁଭ ଅଟେ । ଯଦି ଏହା ଜୀବନ କିମ୍ବା ଭାଗ୍ୟ ରେଖା ଉପରେ ଥାଏ ତେବେ ଏହି ବ୍ୟକ୍ତି ଭାଗ୍ୟଶାଳୀ ଅଟେ ଏବଂ ଏହି ଚିହ୍ନ ଦୀର୍ଘାୟୂ ପ୍ରତିକ ବୋଲି ମାନ୍ୟତା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More