Only for Entertainment

ରଣବୀର ସିଂଙ୍କ ଆଗାମୀ ଫିଲ୍ମ ‘୮୩’ରେ ଏହି ଅଭିନେତାଙ୍କ ଏଣ୍ଟ୍ରି, ସ୍ତ୍ରୀ ଏବଂ ବରେଲୀ କି ବରଫି ଜରିଆରେ ଦର୍ଶକଙ୍କୁ କରିଛନ୍ତି ଇମ୍ପ୍ରେସ

27

ରଣବୀର ଏବେ ନିଜର ଆଗାମୀ ଫିଲ୍ମ ‘୮୩’ର ପ୍ରସ୍ତୁତିରେ ଲାଗିପଡିଛନ୍ତି । ୧୯୮୩ କ୍ରିକେଟ ବିଶ୍ୱକପରେ ଇତିହାସ ରଚିଥିବା ଟିମ ଇଣ୍ଟିଆର ବିଜୟର କାହାଣୀ ଏହି ଫିଲ୍ମରେ ଦେଖିବାକୁ ମିଳିବ । କବୀର ଖାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁଥିବା ଏହି ଫିଲ୍ମରେ ରଣବୀର ସିଂ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ସେଥିପାଇଁ ରଣବୀର ମୋହାଲୀର କ୍ରିକେଟ ଷ୍ଟାଡିୟମରେ ତାଲିମ ନେଉଛନ୍ତି ।

ଅନ୍ୟ ପକ୍ଷରେ ଏହି ଫିଲ୍ମର କାଷ୍ଟିଂ ମଧ୍ୟ ଏବେ ଜାରି ରହିଛି । କିଛି ଦିନ ହେବ ମେକର୍ସ ଘୋଷଣା କରିଥିଲେ ଯେ, କ୍ରିକେଟର ସନ୍ଦୀପ ପାଟିଲଙ୍କ ଭୂମିକାରେ ତାଙ୍କ ପୁଅ ଚିରାଗ ପାଟିଲ ନଜର ଆସିବେ । ଏବେ ଏହି ଫିଲ୍ମରେ ଆଉ ଜଣେ ଦମଦାର ଆକ୍ଟରଙ୍କ ଏଣ୍ଟ୍ରି ହୋଇସାରିଛି । ଏହି ଅଭିନେତାଙ୍କ ନାମ ଜାଣିବା ପରେ ଆପଣ ମଧ୍ୟ ଖୁସିରେ ଝୁମି ଉଠିବେ ।

ରଣବୀର ସିଂଙ୍କ ଏହି ଫିଲ୍ମରେ ‘ସ୍ତ୍ରୀ’ ଏବଂ ‘ବରେଲି କି ବରଫି’ ଫେମ କଳାକାରଙ୍କୁ ଫାଇନାଲ କରାଯାଇଛି । ଯଦି ଆପଣ ରାଜକୁମାର ରାଓଙ୍କ ବିଷୟରେ ଭାବୁଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । ଆମେ ଅଭିନେତା ପଙ୍କଜ ତ୍ରୀପାଠୀଙ୍କ ବିଷୟରେ କହୁଛୁ । ଫିଲ୍ମରେ ସେ ଇଣ୍ଡିଆନ ଟିମ ମ୍ୟାନଜର ମାନ ସିଂ ଭୂମିକାରେ ନଜର ଆସିବେ । ପୂର୍ବ ଫିଲ୍ମ ଗୁଡିକ ପରି ଏହି ଫିଲ୍ମରେ ମଧ୍ୟ ପଙ୍କଜ ତ୍ରୀପାଠୀ ତାଙ୍କ ଅଭିନୟରେ ସମସ୍ତଙ୍କ ମନ ଜିତି ନେବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More