Only for Entertainment

‘ସ୍ତ୍ରୀ’ର ସକସେସ୍ ପାର୍ଟିରେ ରେଡ ଲୁକରେ ନଜର ଆସିଲେ ଶ୍ରଦ୍ଧା, ସାମିଲ ହେଲେ ଅନେକ ବଲିଉଡ ଷ୍ଟାର, ଦେଖନ୍ତୁ ଫଟୋ

The Quint
0 29

ବଲିଉଡ୍ ବକ୍ସ ଅଫିସରେ କମାଲ୍ କରୁଛି ହରର୍ କମେଡି ଫିଲ୍ମ ‘ସ୍ତ୍ରୀ’ । ରିଲିଜ୍ ହେବାର ତୃତୀୟ ସପ୍ତାହରେ ଏହି ସିନେମାଟି ୧୦୦ କୋଟିର ବେଂଚ୍ ମାର୍କ ଟପି ଯାଇଛି । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । ଫିଲ୍ମରେ ଭରି ରହିଛି ଭରପୁର ଥ୍ରୀଲର୍, କମେଡି ଆଉ ରୋମାନ୍ସ । ଆଉ ଏସବୁ ଅଡିଏନ୍ସଙ୍କ ମନଜିଣିବାରେ ସଫଳ ହୋଇଛି । ରାଜକୁମାର୍ ରାଓ ଓ ଶ୍ରଦ୍ଧା କପୁର୍ଙ୍କ ଯୋଡି ବି ହିଟ୍ ସାବ୍ୟସ୍ତ ହୋଇଛି । ଫିଲ୍ମର ସୋମବାର ସୁଦ୍ଧା ୧୦୫ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି । ଯାହାକୁ ନେଇ ପୁରା ଟିମ୍ ଏକ ଜବରଦସ୍ତ ପାର୍ଟି କରି ଫିଲ୍ମର ସକସେସକୁ ସେଲିବ୍ରେଟ୍ କରିଛନ୍ତି । ଏହି ଅବସରରେ ଫିଲ୍ମର ଲିଡ୍ ଷ୍ଟାର୍ ରାଜକୁମାର୍ ଓ ଶ୍ରଦ୍ଧାଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ବି ଦେଖିବାକୁ ମିଳିଥିଲା । ଏମାନଙ୍କ ବ୍ୟତିତ ବଲିଉଡର ଅନେକ ସେଲିବ୍ରିଟିଙ୍କୁ ଏହି ସକସେସ ପାର୍ଟିରେ ଦେଖିବାକୁ ମିଳିଥିଲା । ସଭିଁଏ ଏହି ଫିଲ୍ମର ସଫଳତାକୁ ନେଇ ବେଶ ଖୁସି ଥିବା ନଜର ଆସିଥିଲେ ।

sharddha

ଦିନେଶ ବିଜାନଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଅମର କୌଶିକ୍ । ଫିଲ୍ମରେ ଅନ୍ୟାନ ପ୍ରମୁଖ ଭୂମିକାରେ ପଙ୍କଜ ତ୍ରିପାଠୀ, ଅପରିକ୍ଷୀତ୍ ଖୁରାନା, ବିଜୟ ରାଜ୍, ଅଭିଷେକ ବାନାର୍ଜୀଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ମଜେଦାର୍ ସସ୍ପେନ୍ସ କାହାଣୀ ସହ ଆକର୍ଷଣୀୟ ଗୀତ ବି ଶୁଣିବାକୁ ମିଳିଛି ଏହି ସିନେମାରେ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ସଚିନ୍ – ଜିଗର୍ । ସିନେମାର କାହାଣୀ ସହ ଫିଲ୍ମର ଗୀତଗୁଡିକୁ ବି ସିନେପ୍ରେମୀ କରିଛନ୍ତି ପସନ୍ଦ ।

raj

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ଗୁଡିକ ମଧ୍ୟରେ ସ୍ତ୍ରୀ ନବମ ଫିଲ୍ମ ଯାହା ୧୦୦ କୋଟି କ୍ଲବ୍ରେ ସାମିଲ୍ ହୋଇଛି । ଏହା ପୂର୍ବରୁ ପଦ୍ମାବତ୍, ସୋନୁ କେ ଟିଟୁ କି ସ୍ୱିଟି, ରେଡ୍, ବାଗି – ଟୁ, ରାଜି, ରେସ୍ – ଥ୍ରୀ, ସଂଜୁ ଓ ଗୋଲ୍ଡ ୧୦୦ କୋଟି ରୋଜଗାର୍ କରି ହିଟ୍ ସିନେମା ତାଲିକାଭୁକ୍ତ ହୋଇ ପାରିଛି ।

vani

nusrat

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More