Only for Entertainment

ଜବରଦସ୍ତ ଅନ୍ଦାଜରେ ‘ଷ୍ଟ୍ରିଟ ଡ୍ୟାନ୍ସର ଥ୍ରିଡି’ର ଟ୍ରେଲର ରିଲିଜ ଡେଟ ହେଲା ଘୋଷଣା, ଭାଇରାଲ ହେଉଛି ଭିଡିଓ

zee news
39

ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ଥ୍ରିଡି’କୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ବରୁଣ ଧୱନ, ଶ୍ରଦ୍ଧା କପୁର ଏବଂ ନୋରା ଫତେହୀଙ୍କ ଏହି ଫିଲ୍ମକୁ ଅପେକ୍ଷା କରି ରହିଥିବା ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ନିକଟରେ ମେକର୍ସ ଫିଲ୍ମର ଟ୍ରେଲର ରିଲିଜ ଡେଟ ବିଷୟରେ ଘୋଷଣା କରିଛନ୍ତି ।

ବୁଧବାର ଫିଲ୍ମର ପ୍ରଡ୍ୟୁସର ଭୂଷଣ କୁମାର ଜନ୍ମଦିନରେ ଫ୍ୟାନ୍ସଙ୍କୁ ଏକ ଖାସ ଉପହାର ଦେଇଛନ୍ତି । ଏହି ମଉକାରେ ବରୁଣ ଧୱନ ଏବଂ ଶ୍ରଦ୍ଧା କପୁର ମିଳିତ ଭାବେ ଭୂଷଣ କୁମାରଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇ ଫିଲ୍ମର ଟ୍ରେଲର ରିଲିଜ ବିଷୟରେ ସୂଚନା ଦେଇଥିଲେ ।

ବରୁଣ ଧୱନ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ରେମୋ ଡିସୁଜା ଏବଂ ଭୂଷଣ କୁମାର ଅଫିସରେ କଥା ହେଉଥିବା ବେଳେ ବରୁଣ ଏବଂ ଶ୍ରଦ୍ଧା ଆସି ଭୂଷଣଙ୍କୁ ସରପ୍ରାଇଜ ଦେଉଛନ୍ତି ଏବଂ କେକ କାଟୁଛନ୍ତି । କେକ୍ କାଟିବା ପରେ ଭୂଷଣ କୁମାର ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ଥ୍ରିଡି’ର ଟ୍ରେଲର ଡିସେମ୍ବର ୧୨ ରିଲିଜ ହେବା ନେଇ ଘୋଷଣା କରିଛନ୍ତି ।

କହିରଖୁଛୁ ଯେ, ‘ଷ୍ଟ୍ରିଟ ଡ୍ୟାନ୍ସର ୩ଡି’କୁ ରେମା ଡିସୁଜା ନିର୍ଦ୍ଦେଶନା ଦେଉଥିବା ବେଳେ ଏବାକୁ ଟି-ସିରିଜ ନିର୍ମାଣ କରୁଛି । ଫିଲ୍ମରେ ପ୍ରଭୂଦେବା, ଶକ୍ତି ମୋହନ, ନୋରା ଫତେହୀ ପ୍ରମୁଖ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମ ୨୪ ଜାନୁଆରୀ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More