Only for Entertainment

ଖାଇବା ପାଇଁ କୁକର କରୁଥିଲା ଜବରଦସ୍ତ ଆକ୍ଟିଂ, ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

punjabkesari
237

ନିକଟରେ ଏକ କୁକରର ଜବରଦସ୍ତ ଅଭିନୟର ଭିଡ଼ିଓ ଭାଇରାଲ ହେଉଛି, ଯାହା ସମସ୍ତଙ୍କ ହୃଦୟ ଜିତି ନେଇଛି । କୁକୁରଟି ସଡ଼କ ଅତିକ୍ରମ କରିବା ପାଇଁ ଏଭଳି ନାଟକ କରୁଥିଲାଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବାସ୍ତବରେ କୁକୁରଟି ଖାଦ୍ୟ ଖାଇବା ପାଇଁ ଗୋଡ଼ ଭାଙ୍ଗିବାର ଏଭଳି ଅଭିନୟ କରୁଥିଲା ।

 

ଜଣେ ମହିଳା କୁକରଟିର ଏଭଳି କାର୍ଯ୍ୟକୁ ତାଙ୍କ କ୍ୟାମେରାରେ କଏଦ କରି ଦେଇଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ମହିଳାଙ୍କ କହିବା ଅନୁସାରେ ସେହି ରାସ୍ତାରେ ଯାଉଥିବା ସମସ୍ତ ଲୋକ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ । ଭିଡ଼ିଓ ରେକର୍ଡ଼ କରିଥିବା ମହିଳାଙ୍କ ନାମ ଥାବିପୋର୍ନ ଚାଙ୍ଗପ୍ଲାପୋଲକୁଲ ।ତାଙ୍କ କହିବା ଅନୁସାରେ କୁକରଟି ସଂପୂର୍ଣ୍ଣ ସୁସ୍ଥ ଅଛି ଏବଂ ତା’ର କୌଣସି ପ୍ରକାରର ଶାରୀରିକ ସମସ୍ୟା ନାହିଁ ।

କୁକରର ନାମ ହେଉଛି ଗାୟ । ସେ ଏଭଳି ଅଭିନୟ କରେ ଯେପରି ତା ଗୋଡ଼ ଭାଙ୍ଗିଯାଇଛି, କିନ୍ତୁ କିଛି ସେକେଣ୍ଡ ପରେ ସବୁକିଛି ଠିକ ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More