Only for Entertainment

ରିଲିଜ ହେଲା ସବ୍ୟସାଚୀ-ଏଲିନାଙ୍କ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ର ଫନି ଟ୍ରାକ୍ ‘ମଲ୍ଲିକା ଚାଲ୍ ଜିବା ଚିଲିକା’ର ଷ୍ଟୁଡିଓ ଭର୍ସନ୍

you tube
37

ସାମ୍ନାକୁ ଆସିଲା ଆଗାମୀ ଓଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ର ଫନି ଟ୍ରାକ୍ ‘ମଲ୍ଲିକା ଚାଲ୍ ଜିବା ଚିଲିକା’ର ଷ୍ଟୁଡିଓ ଭର୍ସନ୍ ରିଲିଜ୍ ହୋଇଛି । ଆମର ମ୍ୟୁଜିକର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ଏହି ଗୀତଟି । ଏହି ଧୁମ୍ ଧମାଲ୍ ଗୀତରେ ଶୁଣିବାକୁ ମିଳିଛି ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର୍ ଓ ସୋନାଲି ନନ୍ଦଙ୍କ ଆକର୍ଷଣୀୟ ଗାୟିକୀ ।

ଷ୍ଟୁଡିଓ ଭିତରେ ନିଜ ଷ୍ଟାଇଲରେ ଗୀତ ଗାଇବାରେ ନଜର ଆସିଛନ୍ତି ହ୍ୟୁମାନ୍ ଓ ସୋନାଲି । ଏହି ଜବରଦସ୍ତ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜୀତ୍ ମଜୁମ୍ଦାର୍ । ଗୀତିକାର ଡକ୍ଟର୍ ନିର୍ମଳ ନାୟକ ଏହି ଫନି ଟ୍ରାକ୍ର ଲିରିକ୍ସ ଦେଇଛନ୍ତି । ଚଳଚ୍ଚିତ୍ର ‘ମାଲ୍ ମହୁ ଜୀବନ ମାଟି’ରେ ପୁଣିଥରେ ପରଦାରେ ଲଭ୍ – ରୋମାନ୍ସର ବର୍ଷା କରିବେ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତ ରାୟ ।

ସିନେମାର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ । ନବିନ ଭଣ୍ଡାରୀଙ୍କ ପ୍ରଯୋଜନାରେ ପରଦାକୁ ଆସିବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ଆସନ୍ତା ନଭେମ୍ବର ୮ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ମାଲ୍ ମହୁ ଜୀବନ ମାଟି’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More