Only for Entertainment

ଗବେଷଣାରୁ ଜଣାପଡିଲା ସକାଳ ଅପେକ୍ଷା ଖରାବେଳେ ଶୋଇବା ଶରୀର ପାଇଁ ଭଲ !

kidspot
32

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ସକାଳ ଅପେକ୍ଷା ଦ୍ୱିପହରରେ ବିଶ୍ରାମ କରିଲେ ଅଧିକ କ୍ୟାଲୋରି ବର୍ଣ୍ଣ ହୋଇଥାଏ।

ହାଓ୍ଵାର୍ଡ ମେଡିକାଲ ସ୍କୁଲରେ କରାଯାଇଥିବା ଏହି ଗବେଷଣା ଅନୁଯାୟୀ ସକାଳ ତୁଳନାରେ ଯଦି ଦ୍ୱିପହରରେ ବିଶ୍ରାମ କରନ୍ତି,ତେବେ ମନୁଷ୍ୟର ୧୦ ପ୍ରତିଶତ ଅଧିକ କ୍ୟାଲୋରି ବର୍ଣ୍ଣ ହୋଇଥାଏ। ଏହାର ମୁଖ୍ୟ ଗବେଷକ କର୍ଜିଙ୍କ ଅନୁଯାୟୀ ଗୋଟିଏ କାମକୁ ଅଲଗା ଅଲଗା ସମୟରେ କରିଲେ ଭିନ୍ନ-ଭିନ୍ନ କ୍ୟାଲୋରି ବର୍ଣ୍ଣ ହୋଇଥାଏ।

ଏହି ଗବେଷଣାରେ ସାତଜଣ ଲୋକଙ୍କୁ ସାମିଲ କରାଯାଇଥିଲା। ଏହା ଏକ ସ୍ୱତନ୍ତ୍ର ପରୀକ୍ଷାଗାରରେ କରାଯାଇଥିଲା। ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଶୋଇବା ଓ ଉଠିବାକୁ କୁହାଯାଇଥିଲା। କିନ୍ତୁ ପ୍ରତି ରାତିରେ ୪ଘଣ୍ଟା ସମୟ ବଢାଇ ଦିଆଯାଇଥିଲା।

ମଣିଷ କେତେବେଳେ ଶୋଉଛି ଓ କେତେବେଳେ ଖାଉଛି,ତାହା ଉପରେ କ୍ୟାଲୋରି ବର୍ଣ୍ଣ ନିର୍ଭର କରେ। କେବଳ ଖାଦ୍ୟ ଉପରେ ତାହା ନିର୍ଭର କରେ ନାହିଁ। ଏଣୁ ସୁସ୍ଥ ରହିବାକୁ ହେଲେ ଶୋଇବା ସମୟଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More