Only for Entertainment

ସୁଭାଷ ଘାଇଙ୍କ ଜନ୍ମଦିନ ପାର୍ଟିରେ ମୁହାଁମୁହିଁ ହୋଇଗଲେ ସଲମାନ-ଐଶ୍ୱର୍ଯ୍ୟା ।

aajtak
79

ଯଦିଓ ସଲମାନ ଖାନ ବିିବାହ କରିନାହାଁନ୍ତିଁ ତଥାପି ସେ ସବୁବେଳେ ଅଫେୟର୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଦିନ ଥିଲା ସେ ଐଶ୍ୱର୍ଯ୍ୟାଙ୍କ ସହିତ ଅଫେୟରକୁ ନେଇ ଖୁବ ଚର୍ଚ୍ଚାରେ ରହିଥିଲେ । ତେବେ ଦୁଇ ଜଣଙ୍କ ମଧ୍ୟରେ ବିରାଟ ମନମାଳିନ୍ୟ ହୋଇଥିଲା, ଯାହା ପରଠାରୁ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ଦୁଇଜଣ କୌଣସି ପାର୍ଟି ବା ଫଙ୍କସନରେ ମୁହାଁମୁହିଁ ହୁଅନ୍ତି ନାହିଁ ।

ନିକଟରେ ଫିଲ୍ମ ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ଜନ୍ମଦିନ ପାର୍ଟିରେ ଦୁଇଜଣ ମୁହାଁମୁହିଁ ହୋଇଗଲେ । କିନ୍ତୁ ଉଭୟ ପରସ୍ପର ଠାରୁ ଦୂରତା ବଜାଇ ରଖୁଥିଲେ ଯାହା କ୍ୟାମେରାରେ ସଂପୂର୍ଣ୍ଣ ଭାବରେ କଏଦ ହୋଇଛି ।

ସଂକୟ ଲୀଲା ଭଂସାଲୀଙ୍କ ଫିଲ୍ମ ହମ ଦିଲ ଦେ ଚୁକେ ସନମରେ ଦୁଇଜଣଙ୍କ ମଧ୍ୟରେ ସଂପର୍କ ନିକଟତର ହୋଇଥିଲା ଏବଂ ଦୁଇଜଣ ଅଫେୟରକୁ ନେଇ ଖୁବ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଠିକ ରହିନଥିଲା ଏବଂ ପରସ୍ପର ଠାରୁ ୨୦୦୧ରେ ଅଲଗା ହୋଇ ଯାଇଥିଲେ । କହିରଖୁଛୁଯେ ଥରେ ଏକ ଆୱାର୍ଡ଼ ଶୋ’ରେ କରନ ଯେତେବେଳେ ଐଶଙ୍କ ନାମ ନେଇଥିଲେ ସଲମାନଙ୍କ ଚେହେରାରେ ଏକ ଭିନ୍ନ ପ୍ରକାରର ହସ ଦେଖିବାକୁ ମିଳିଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More