Only for Entertainment

ଅଦାଲତ ବଳାତ୍କାରୀ ପରିବର୍ତ୍ତ ପିଡ଼ିତା ପତ୍ନୀଙ୍କୁ ଶୁଣାଇଦେଲେ ଫାଶୀ ଦଣ୍ଡ ।

punjab kesari
0 57

ସୁଡ଼ାନରେ ବଳାତ୍କାରର ଏକ ମାମଲାରେ ଦୋଷୀ ପତିଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ପିଡ଼ିତ ମହିଳାଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଖବର ମୁତାବକ ପିଡ଼ିତା ନୁରା ହୁସେନ ଯେତେବେଳେ ୧୬ ବର୍ଷର ହୋଇଥାନ୍ତେ ସେହି ସମୟରେ ତାଙ୍କ ପରିବାର ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ବାଧ୍ୟ କଲେ,ଯିଏ ସଂପର୍କରେ ତାଙ୍କର ଭାଇ ଥିଲା । ନୁରାର ପରିବାର ପୁଅର ପରିବାର ସହିତ ଏକ ଚୁକ୍ତି କରି ବିବାହ ଫାଇନାଲ କରିଦେଲେ ।

ନୁରା ବିବାହକୁ ମନା କଲେ ଏବଂ ସେଠାରୁ ଚାଲିଯାଇ ସହରରେ ଜଣେ ସଂପର୍କୀୟଙ୍କ ଘରେ ରହିଲେ । ସେଠାରେ ସେ ୩ ବର୍ଷ ରହିଲେ । ଏହାପରେ ନୁରାଙ୍କୁ ଘରକୁ ଆଣିବା ପାଇଁ ପରିବାର ଲୋକ ତାଙ୍କ ରାଜି କରାଇଦେଲେ । ସଂପର୍କ ଭାଙ୍ଗି ଯାଇଥିବା କଥା ସେମାନେ କହିଥିଲେ । କିନ୍ତୁ ପରେ ତାଙ୍କ ପରିବାର ଲୋକ ତାଙ୍କୁ ଜବରଦସ୍ତ ବିବାହ କରି ପତି ସହିତ ପଠାଇଦେଲେ । କିନ୍ତୁ ଯେତେବେଳେ ନୁରାଙ୍କ ପତି ଶାରୀରିକ ସମ୍ବଦ୍ଧ କରିବାକୁ ଚେଷ୍ଟା କଲା ସେତେବେଳେ ନୁରା ମନା କଲେ । ଏହାପରେ ଭାଇ ମାନଙ୍କ ସହିତ ମିଶି ନୁରାଙ୍କ ପତି ନୁରାଙ୍କ ବଳାତ୍କାର କଲେ ।

ନୁରାଙ୍କ ଓକିଲଙ୍କ କହିବା ଅନୁସାରେ ନୁରାର ପତି ତା ପରଦିନ ପୁଣିଥରେ ନୁରାକୁ ବଳାତ୍କାର କରିବାକୁ ଚେଷ୍ଟା କଲା । ନୁରା ରୋଷେଇ ଘରୁ ଛୁରୀ ଆଣି ତା ପତିକୁ ମାରିଦେଲେ । ନୁରାଙ୍କ ଲିଗାଲ ଟିମ ଏହାକୁ ଆତ୍ମରକ୍ଷାର ସଂଜ୍ଞା ଦେଇଥିଲେ । କିନ୍ତୁ ସୁଡାନ କୋର୍ଟ ଏହାକୁ ହତ୍ୟାର ଆଖ୍ୟା ଦେଲେ । ଗୁରୁବାର ଦିନ କୋର୍ଟ ନୁରାଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More