Only for Entertainment

ବାଲୁକାରେ ଅମିତାଭଙ୍କ ଅବିକଳ ଚିତ୍ର କରି ଚର୍ଚ୍ଚାରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

starsunfolded
107

ଗତକାଲି ଥିଲା ବିଗ ବି’ଙ୍କ ୭୭ ତମ ଜନ୍ମଦିନ । ଯେଉଁଥିପାଇଁ ସାରା ଦେଶରୁ ତାଙ୍କୁ ଶୁଭେତ୍ସାର ସୁଅ ଛୁଟିଥିଲା । କିନ୍ତୁ ଏହି ମଧ୍ୟରେ ହଠାତ ଚର୍ଚ୍ଚାକୁ ଆସି ଯାଇଛନ୍ତି ଓଡ଼ିଶାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।ବିଗ୍‌ ବି’ଙ୍କ  ଜନ୍ମଦିବସକୁ ସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ପଦ୍ମ ସମ୍ମାନରେ ସମ୍ମାନିତ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ବିଗ୍‌ ବି’ଙ୍କର ଏକ ସଦୃଶ୍ୟ ବାଲୁକା କଳା।


ବିଗ୍‌ ବି’ଙ୍କର ମୁହଁ ରହିଥିବା ଏହି ବାଲୁକା କଳା ତଳେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅମିତାଭଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ଆଜିର ଏ ଶୁଭ ଦିନରେ ଜଗତର ନାଥ ଶ୍ରୀଜଗନ୍ନାଥ ଆପଣଙ୍କୁ ସୁସ୍ଥ ଶରୀର ସହ ଲମ୍ବା ଆୟୁ ପ୍ରଦାନ କରନ୍ତୁ। ଆପଣ ହେଉଛନ୍ତି କୋଟି ହୃଦୟର ପ୍ରେରଣା’…। ଏହି ଲେଖା ସହ ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ ସୃଷ୍ଟି କରିଥିବା ବାଲୁକା କଳାର ଫଟୋକୁ ନିଜ ଟୁଇଟରରେ ସେୟାର କଲାପରେ ଏହା ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।ଅନ୍ୟପକ୍ଷରେ ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ଆଜିପରି ଦିନରେ ମୁଁ ଅମିତାଭଙ୍କ ପରି ଏକ ମହାନ୍‌ ଓ ବିଶାଳ ବ୍ୟକ୍ତିତ୍ୱଙ୍କୁ ମୋ କଳା ଜରିଆରେ ସମ୍ମାନ ଜଣାଇ ନିଜକୁ ଧନ୍ୟ ମଣୁଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More