Only for Entertainment

କପିଲ ଏବଂ ଗିନିଙ୍କୁ ଏହିଭଳି ଶୁଭେତ୍ସା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

dailyhunt
24

ଆଜି ଭାରତର ସବୁଠାରୁ ବଡ଼ କମେଡ଼ିଆନ କପିଲ ଶର୍ମାଙ୍କ ବିବାହ । ସେ ତାଙ୍କ ଗର୍ଲଫ୍ରେଣ୍ଡ ଗିନିଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ । ପୂର୍ବରୁ ଏହାର ପ୍ରସ୍ତୁତି ଖୁବ ଧୁମଧାମରେ ପାଳନ ହୋଇ ସାରିଛି ।ତେବେ ବିବାହ ଗିନିଙ୍କ ହୋମଟାଉନ ଜଳନ୍ଧରର ଏକ ହୋଟେଲରେ ହେଉଛି । ତେବେ ସାରା ଦେଶରୁ ଶୁଭେତ୍ସାର ସୁଅ ଛୁଟୁଛି ଏହି ଦୁଇ ଯୋଡ଼ିଙ୍କ ପାଇଁ ।

ଏହି ମଧ୍ୟରେ ଓଡ଼ିଶାର ପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜର ମନଲୋଭା କଳା ମାଧ୍ୟମରେ କପିଲ ଏବଂ ଗିନିଙ୍କୁ ଶୁଭେତ୍ସା ଜଣାଇଛନ୍ତି । ତେବେ ସୁଦର୍ଶନ ବାଲୁକାରେ ଶୁଭେତ୍ସାକୁ ଏଭଳି ପ୍ରଦର୍ଶନ କରିଛନ୍ତି ଯାହା ଆପଣଙ୍କୁ ମଧ୍ୟ ଖୁବ ପସନ୍ଦ ଆସିବ ।

ତେବେ କପିଲ ଶର୍ମା ଖୁବଶୀଘ୍ର ଟିଭି ପରଦାରେ ନଜର ଆସିବେ ଏବଂ ତାଙ୍କର ପ୍ରଥମ ଅତିଥି ହେବେ ଭାଇଜାନ ଅର୍ଥାତ ସଲମାନ ଖାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More