Only for Entertainment

ସୁଟିଂ ସମୟରେ ଦୁର୍ଘଟଣାରୁ ଅଳ୍ପକେ ବଂଚିଲେ ବରୁଣ ଧାୱନ

hindustan times
41

ବରୁଣ ଏବେ କୁଲି ନମ୍ବର ୱାନ’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ନିକଟରେ ଘଟିବାକୁ ଥିବା ଏକ ଦୁର୍ଘଟଣାରୁ ବରୁଣ ଅଳ୍ପକେ ବଂଚି ଯାଇଛନ୍ତି । ପୁଣେର ଏକ ଅଞ୍ଚଳରେ  ଏକ ସିନ୍‌ର ଶୁଟିଂ କରାଯାଉଥିଲା। ସିନ୍‌ରେ ପାହାଡ଼ରେ ଝୁଲି ରହିଥିବା କାର୍‌ ଭିତରେ ବରୁଣଙ୍କୁ କିଛି କ୍ଲୋଜ୍‌ଅପ୍‌ ଶଟ୍‌ ଦେବାର ଥିଲା। ଅଚାନକ କାର୍‌ର ଡୋର୍‌ ବନ୍ଦ ହୋଇ ଯିବାରୁ କାର ମଧ୍ୟରେ ବରୁଣ ଫସିଗଲେ । ଏହି ଷ୍ଟଣ୍ଟ୍‌ ଶୁଟିଂ ସମୟରେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ ଅଚାନକ ଏମିତି ଘଟିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ବରୁଣଙ୍କୁ କୌଣସି ଫରକ ପଡ଼ି ନଥିଲା ।। ଷ୍ଟଣ୍ଟମ୍ୟାନ୍‌ ତାଙ୍କୁ ଝୁଲନ୍ତା କାର୍‌ ଭିତରରୁ ବାହାରକୁ କାଢ଼ିବା ପାଇଁ ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ସେ ଭୟଭୀତ ନହୋଇ ତା’ ଭିତରେ ଅପେକ୍ଷା କରି ରହିଥିଲେ। ଶେଷରେ ବହୁତ ଚେଷ୍ଟା ପରେ ଝୁଲନ୍ତା କାର୍‌ରୁ ବରୁଣଙ୍କୁ ବାହାରକୁ ଅଣାଯାଇଥିଲା।ମିଡିଆ ରିପୋର୍ଟ ଅନୁସାରେ ଏହି ଷ୍ଟଣ୍ଟ ସିନ୍‌ର ଶଟ୍‌ ଦେଇ ସାରିବା ପରେ ହିଁ ବରୁଣଙ୍କ କାର୍‌ର ଡୋର୍‌ ଜାମ୍‌ ହୋଇଯାଇଥିଲା ଏବଂ ଖୋଲି ନଥିଲା।

 

ଖବର ପାଇଁ କହିରଖୁଛୁ ‘କୁଲି ନମ୍ୱର ୧’ ଫିଲ୍ମରେ ବରୁଣଙ୍କ ବିପକ୍ଷରେ ସାରା ଅଲି ଖାନ୍‌ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ବରୁଣଙ୍କ ପିତା ଡେଭିଡ୍‌ ଧାୱନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More