ଗୁଡ଼ ଶରୀର ପାଇଁ ବେଶ୍ ଉପକାରୀ। ଡାଇବେଟିସ୍ରୁ ଦୂରେଇ ରହିବା ଲାଗି ନିୟମିତ ଗୁଡ଼ ଖାଇଲେ ଫାଇଦା ମିଳିଥାଏ। ରକ୍ତରେ ଇନସୁଲିନ୍ ସ୍ତରକୁ ଏହା ନିୟନ୍ତ୍ରିତ କରିଥାଏ। ଗୁଡ଼ ଚିନିର ବିକଳ୍ପ ଭାବରେ କାମ କରିଥାଏ। ଗୁଡ଼ରେ ଆଇରନ୍ ଓ ମାଙ୍ଗାନିଜ୍ ପରି ଜରୁରୀ ତତ୍ତ୍ୱ ମହଜୁଦ ରହିଛି । ଏହା ଶରୀରରେ ଚିନି ପରି ଖରାପ ପ୍ରଭାବ ପକାଇ ନ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗୁଡ଼ରେ ଗ୍ଲାଇକେମିକ୍ ଇଣ୍ଡେକ୍ସ ଅଧିକ ରହିଥାଏ । ଯାହାକି ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ। ଗୁଡ଼ରେ ୬୫ରୁ ୮୫ ପ୍ରତିଶତ ପର୍ଯ୍ୟନ୍ତ ଶୁକ୍ରୋଜ୍ ରହିଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଗୁଡ଼ ରକ୍ତ ପରିଷ୍କାର ରଖିବା ସହ ଯକୃତରୁ ବିଷାକ୍ତ ପଦାର୍ଥ ବାହାରକୁ ଆଣିବାରେ ସହାୟକ ହୋଇଥାଏ । ଥଣ୍ଡା ସର୍ଦ୍ଦିରେ ଘିଅ ସହିତ ଗୁଡ଼ ଖାଇବା ଦ୍ୱାରା ଶରୀର ଗରମ ରହିଥାଏ ।
Comments