Only for Entertainment

ଏହି ୭ଟି ରୋଗରୁ ଦୂରେଇ ରଖେ ଆଖୁ ରସ ।

Pulse.ng
39

ଗ୍ରୀଷ୍ମଦିନେ ପ୍ରତ୍ୟେକ ସ୍ଥାନରେ ଆଖୁ ରସ ବିକ୍ରି ହେଉଥିବାର ଦେଖିବାକୁ ମିଳେ । କାରଣ ଖରାଦିନ ଆସିଗଲେ ସମସ୍ତଙ୍କ ନଜର ଥାଏ ଥଣ୍ଡା ପାନୀୟ ଉପରେ । ତେଣୁ ଲସି ଭଳି ଆଖୁରସ ମଧ୍ୟ ଏକ ମୃଦୁ ପାନୀୟ । ଯାହା ପ୍ରାକୃତିକ ଭାବରେ ଶରୀରକୁ ଖୁବ ଥଣ୍ଡା ପ୍ରଦାନ କରିଥାଏ । ତେବେ କ’ଣ ଆପଣ ଜାଣନ୍ତିକି ଆଖୁ ରସ ଶରୀର ପାଇଁ କେତେ ଉପକାରୀ । କାରଣ ଏହା ଯେ କେବଳ ଶରୀରକୁ ଥଣ୍ଡା ପ୍ରଦାନ କରିନଥାଏ ବରଂ ଏଭଳି କିଛି ରୋଗ ରହିଛି ଯେଉଁଥିରୁ ଆପଣଙ୍କୁ ଦୂରେଇ ରଖିଥାଏ । ତେବେ ଆସନ୍ତୁ ଆଲୋଚନା କରବା ଆଖୁରସର କିଛି ଉପକାରୀ ଗୁଣ ବିଷୟରେ ।

ବାସ୍ତବରେ ଗୋଟିଏ ଗ୍ଲାସ ଆଖୁରସରେ ୧୧୧ କ୍ୟାଲୋରି ଶକ୍ତି ଥାଏ । ୨୭ ଗ୍ରାମ କାର୍ବୋହାଇଡ୍ରେଟ, ୦.୨୭ ପ୍ରୋଟିନ ଏବଂ ୧୩ ଡାଇଟରୀ ଫାଇବର ରହିଥାଏ । ତେଣୁ ଏହା ଖୁବଶୀଘ୍ର ଓଜନ କମ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ, କ୍ୟାଲସିୟମ, ଫସଫରସ, ଆଇରନ, ଦସ୍ତା, ପୋଟାସିୟମ, ଭିଟାମିନ ଏ, ଭିଟାମିନ ବି କମ୍ପେ୍ଲକ୍ସ ରହିଥାଏ । ଏଥିରେ ଫ୍ୟାଟ ନଥାଏ । ଏହା ୧୦୦ ପ୍ରତିଶତ ପ୍ରାକୃତିକ ପାନୀୟ ।ଏଥିରେ ପ୍ରାୟ ୩୦ ଗ୍ରାମ ପ୍ରାକୃତିକ ଚିନି ରହିଥାଏ ।
ଓଜନ କମ କରିବା ପାଇଁ ଏଥିରେ ଲେମ୍ବୁ ରସ ଚିପୁଡ଼ି କଳା ଲୁଣ ପକାଇ ସକାଳ ଜଳଖିଆ ବା ଦ୍ୱିପ୍ରହର ଲଂଚରେ ପିଅନ୍ତୁ । ୱାର୍କଆଉଟ ପରେ ପିଇବା ଦ୍ୱାରା ଲାଭ ମିଳିଥାଏ । ଖରାରୁ ଆସିବା ପରେ ପିଇଲେ ଲାଭ ମିଳିଥାଏ ।

ଆଖୁରସ କର୍କଟ ରୋଗ ସହିତ ଲଢେଇ କରିଥାଏ ।

ଯଦିଓ ଆଖୁରସ ମିଠା ତଥାପି ଏହା ପ୍ରାକୃତିକ । ଏହା ସହିତ ଏଥିରେ ଗ୍ଲାଇସିମିକ ଇଣ୍ଡେକ୍ସ ଥାଏ ଯାହା ମଧୁମେହ ରୋଗ ସହିତ ଲଢିଥାଏ ।

ମଜବୁତ ହାଡ଼ ପାଇଁ ଏହାକୁ ପିଇବା ଉଚିତ ।

ଏହାକୁ ପିଇଲେ କୋଲେଷ୍ଟ୍ରଲ କମ ହୋଇଥାଏ । ଏହା ଦ୍ୱାରା ହାର୍ଟ ଆଟାକ ସମସ୍ୟା କମ ହୋଇଯାଏ ।

ଏହାକୁ ପ୍ରତିଦିନ ପିଇବା ଦ୍ୱାରା ମୁହଁରୁ ଦାଗ, ବ୍ରଣ ଆଦି ଦୂର ହୋଇଥାଏ । ଏହା ସହିତ ତ୍ୱଚା ଉଜ୍ୱଳ ଦେଖାଯାଏ ।

ପାଚନ ପ୍ରକ୍ରିୟା ଠିକ ରଖେ ଏବଂ କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ଦିଏ ।

ଲିଭର ଇନଫେକ୍ସନରୁ ରକ୍ଷା କରେ ।

ମନେ ରଖନ୍ତୁ ଯେପରି ଏହାକୁ ଫ୍ରିଜରେ ରଖି ପିଇବେ ନାହିଁ । ଦିନକୁ ୨ ଗ୍ଲାସରୁ ଅଧିକ ଆଖୁରସ ପିଇବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More