Only for Entertainment

ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଲେ କିଙ୍ଗ ଖାନଙ୍କ ଝିଅ ସୁହାନା, ଭାଇରାଲ ହେଲା ଭିଡିଓ !

25

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ପପୁଲାର ଷ୍ଟାର କିଡଙ୍କ ମଧ୍ୟରୁ ଜଣେ । କିଛି ଦିନ ହେବ ବଡ ପରଦାରେ ଡେବ୍ୟୁ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯଦିଓ ଫିଲ୍ମ ଡେବ୍ୟୁ ପାଇଁ ଏବେ ଅନେକ ଟାଇମ ଅଛି କିନ୍ତୁ ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଥାଆନ୍ତି । ନିକଟରେ ସୁହାନାଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି ।

ଭିଡିଓରେ ସିଙ୍ଗର କୋନି ଲୋଗିଂଙ୍ଗ୍ସଙ୍କ ଗୀତ ଫୁଟଲୁସରେ ଡ୍ୟାନ୍ସ କରୁଥିଲେ । ଶୁଣିବାକୁ ମିଳିଛି ଯେ ଏହି ଭିଡିଓ କୌଣସି ଏକ କାର୍ଯ୍ୟକ୍ରମ ପାଇଁ ଅଭ୍ୟାସ । ସେହିଭଳି ଏହାମଧ୍ୟ ଶୁଣିବାକୁ ମିଳିଛି ଏହି ଭିଡିଓ ସୁହାନାଙ୍କ ଫିଲ୍ମ ସ୍କୁଲର ଅଟେ । ଯେଉଁଠାରେ ସୁହାନା ଅଭିନୟ ଏବଂ ସିନେ ଜଗତ ପାଇଁ ଅନ୍ୟ କଳା ଶିଖୁଛନ୍ତି ।

 

View this post on Instagram

 

A post shared by suhana khan (@suhanakha2) on

ଏଠାରେ ଆମେ କହି ରଖୁଛୁ ଯେ ସେ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କିଛି ଦିନ ପୁର୍ବରୁ ରୋମିଓ ଏବଂ ଜୁଲିଏଟଙ୍କ ଉପରେ ପରଫର୍ମ କରିଥିଲେ ଏବଂ ଯାହାର ଫଟୋ ସାମ୍ନାକୁ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More