Only for Entertainment

ଫିଲ୍ମରେ ଧମାଲ ମଚାଇବା ପୂର୍ବରୁ ମାଗାଜିନର କଭର ପେଜରେ ନଜର ଆସିବେ ସୁହାନା ଖାନ ।

bollywoodlife
0 37

ଏବେ ଷ୍ଟାର କିଡସଙ୍କ ଡେବ୍ୟୁ ସିଜନ ଚାଲିଛି କହିଲେ ଭୁଲ ହେବ ନାହିଁ । ପ୍ରତିଦିନ କୌଣସି ମଧ୍ୟ ଷ୍ଟାର କିଡସଙ୍କୁ ନେଇ ଖବର ଆସୁଛି । କିନ୍ତୁ ଶାହାରୁଖ ତାଙ୍କ ପିଲାଙ୍କୁ ନେଇ ଚୁପ ଅଛନ୍ତି । ସୁହାନା ଖାନ ଏବଂ ଭାଇ ଆର୍ୟନ ଖାନ ପ୍ରତିଦିନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି କିନ୍ତୁ କାହା ବିଷୟରେ ଡେବ୍ୟୁକୁ ନେଇ ଚର୍ଚ୍ଚା ହେଉନାହିଁ । କିନ୍ତୁ କରଣ ଥରେ କହିଥିଲେଯେ କିଛି ବର୍ଷ ପରେ ଆର୍ୟନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ଏବେ ଲାଗୁଛି ନିଜ ପିଲାଙ୍କୁ ବଲିଉଡରେ ଡେବ୍ୟୁ କରିବାକୁ ଶାହାରୁଖ ଖୁବ ପ୍ରସ୍ତୁତି ଚଳାଉଛନ୍ତି ।

ବଲିଉଡ ଲାଇଫକୁ ମିଳିଥିବା ସୂଚନା ଅନୁସାରେ ସୁହାନା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ତାଙ୍କ ଏଂଟ୍ରିରେ କିଛି ଟ୍ୱିଷ୍ଟ ରହିଛି ।

ସୁହାନା ଏବେ କୌଣସି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉନାହାଁନ୍ତି ବରଂ ଏକ ମାଗାଜିନର କଭର ପେଜରେ ନଜର ଆସିବେ । ଏହା ସୁହାନାଙ୍କର ପ୍ରଥମ ଅଫିସିଆଲ ପବ୍ଲିକ ଆପିୟରାନ୍ସ ହେବ ।

ଜାହ୍ନବୀ ମଧ୍ୟ ଠିକ ସେହିଭଳି ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ଏକ ମାଗାଜିନର କଭର ପେଜରେ ନଜର ଆସି ଲୋକଙ୍କୁ ଦିୱାନା କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More