Only for Entertainment

ବକ୍ସ ଅଫିସରେ ସୁପରହିଟ ହୋଇଛି ସୁଇ ଧାଗା – ମେଡ୍ ଇନ୍ ଇଣ୍ଡିଆ ।

Hindustan
41

ସୂଚନା ଅନୁସାରେ ଶୁକ୍ରବାର ଦିନ ସୁଇ ଧାଗା – ମେଡ୍ ଇନ୍ ଇଣ୍ଡିଆ  ଫିଲ୍ମଟି ରିଲିଜ ହେବା ପରେ ତାର କଲେକ୍ସନ ହେଇଥିଲା ୮ କୋଟି ଏବଂ ରବିବାର ଦିନ ଏହା ୧୬ କୋଟି ରୋଜଗାର କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମେଡ ଇନ ଇଣ୍ଡିଆ କ୍ୟାମ୍ପେନ ଉପରେ ଆଧାରିତ ଫିଲ୍ମ ସୁଇଧାଗାକୁ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ତିନିଦିନ ଭିତରେ ସର୍ବମୋଟ ୩୬.୫୦ କୋଟି ଟଙ୍କାର ରୋଜଗାର କରିପାରିଛି ଏହି ଫିଲ୍ମ ।

ସାରା ବିଶ୍ୱର ୨୨୦୦ ଟି ପ୍ରେକ୍ଷାଳୟରେ ଏହାକୁ ରିଲିଜ କରାଯାଇଛି । ଫିଲ୍ମ ସୁଇଧାଗା ଫ୍ୟାମିଲି ଅଡିଏନ୍ସ ମାନଙ୍କୁ ବେଶ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା । ଏହି ସିନେମାରେ ବରୁଣ ଓ ଅନୁଷ୍କାଙ୍କୁ ଟେଲର୍ ଭୂମିକାରେ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More