Only for Entertainment

ଲାଇଭ ଭିଡିଓରେ ଘଟିଛି ଏଭଳି ଦୁର୍ଘଟଣା,ଯାହାକୁ ଦେଖିଲେ ଆପଣଙ୍କ ନିଦ ହଜିଯିବ ।

amarujala
0 46

ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଦେଖିବାକୁ ମିଳିଥାଏ । ତାହା ଆଖି ସାମ୍ନାରେ ହେଉ କିମ୍ବା ଟିଭି ଓ ମୋବାଇଲ ଜରିଆରେ । କିନ୍ତୁ ଫେସବୁକ ଭଳି ସୋସିଆଲ ସାଇଟରେ ଅଭାବନୀୟ ଦୁର୍ଘଟଣା ଦେଖିଲେ ଯିଏ ବି ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯିବ । ଯାହାକୁ ଆପଣ ଦେଖିବା ପାଇଁ ସାହସ ମଧ୍ୟ କରିପାରିବେ ନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫେସବୁକରେ । ଯେଉଁଥରେ ଜଣେ ବ୍ୟକ୍ତି ଲାଇଭ ଫେସବୁକରେ ନିଜକୁ ୩ ଥର ଗୁଳି ମାରିଛି ।

ଘଟଣାଟି ହେଉଛି ପଂଜାବର ମୁକ୍ତସରର । ନିଜ ଭାଇ ସହିତ ଜମି ପାଇଁ ବିବାଦକୁ ନେଇ ଜଣେ ବ୍ୟକ୍ତି ନିଜ ଛାତିକୁ ଗୁଳି ମାରି ଦେଇଛନ୍ତି । ଏହା କରିବା ପୂର୍ବରୁ ସେ ତାଙ୍କର ସମସ୍ୟା ବିଷୟରେ ମଧ୍ୟ କହିଥିଲେ । ଏହା ସହିତ ନ୍ୟାୟପାଳିକା ଉପରେ ଭରସା କରି ନ୍ୟାୟ ମଧ୍ୟ ମାଗିଥିଲେ । ତେବେ ତାଙ୍କୁ ଗୁରୁତର ଭାବରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ପୋଲିସ ଏହାର ଯାଂଚ କରୁଛି । ସେହି ଭିଡିଓଟି ୟୁଟ୍ୟୁବରେ ମଧ୍ୟ ଭାଇରାଲ ହେଉଛି । ଯେଉଁ ଭିଡିଓଟି ସାମ୍ନାକୁ ଆସିଛି ତାହା ପାଖା ପାଖି ୩୮ ମିନିଟ ୫ ସେକେଣ୍ଡର ।

ଗୁରତେଜ ସିଂଙ୍କ କହିବା ଅନୁସାରେ ତାଙ୍କ ଭାଇ ପେଶାରେ ଜଣେ ତହସିଲଦାର ଥିଲେ । ସେ ୨୦୦୮ରେ ଲୋନର ଆଖ୍ୟା ଦେଇ ତାଙ୍କର ୪ ଏକର ଜମିକୁ ନିଜ ନାମରେ କରି ନେଇଥିଲେ । ଦଲିଲ ତାଙ୍କ ପାଖରେ ଥିଲେ ମଧ୍ୟ ତାଙ୍କ ଭାଇ ତାଙ୍କୁ ସମସ୍ୟାରେ ପକାଉଛନ୍ତି । ଗୁରତେଜଙ୍କ କହିବା ଅନୁସାରେ କୌଣସି ନ୍ୟାୟ ମିଳି ନଥିବାରୁ ସେ ଏଭଳି ପଦକ୍ଷେପ ନେଲେ । ସେ ଏହା ମଧ୍ୟ କହିଛନ୍ତିଯେ ମୁଁ ବୋଧହୁଏ ବଂଚିବିନି କିନ୍ତୁ ମୋର ନ୍ୟାୟପାଳିକା ଉପରେ ଭରସା ଅଛି ଓ ପରିବାରକୁ ନ୍ୟାୟ ମିଳିବ । ତେବେ ଘଟଣାଟି ତାଙ୍କ ଘର ସାମ୍ନାରେ ଘଟିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More