Only for Entertainment

ସାମ୍ନାକୁ ଆସିଲା ସୁଇ ଧାଗାର ଟ୍ରେଲର, ଦେଖିଲେ ଇମୋଶନାଲ ହୋଇଯିବେ ।

aajtak
0 41

ବରୁଣ ଧାୱନ ଏବଂ ଅନୁଷ୍କା ଶର୍ମାଙ୍କ ଫିଲ୍ମ ସୁଇ ଧାଗାର ଟ୍ରେଲର ରିଲିଜ ହୋଇ ସାରିଛି । ୩ ମିନିଟର ଟ୍ରେଲରରେ ୩ ଘଂଟାର କାହାଣୀକୁ ଦେଖିବାକୁ ମିଳିିଛି । ଏହି କାହାଣୀ ହେଉଛି ମମତା ଏବଂ ମୌଜୀଙ୍କର । ଯିଏ ଜୀବନ ଠାରୁ ହାରିଯିବା ପରେ ନିଜେ ସ୍ୱପ୍ନକୁ ବୁଣିଛନ୍ତି । କଠିନ ପରିଶ୍ରମ କରି ଅସମ୍ଭକୁ ସମ୍ଭବ କରିଛନ୍ତି ।

ଫିଲ୍ମରେ ବରୁଣ ଏବଂ ଅନୁଷ୍କା ପତି ପତ୍ନୀ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି ମନୀଷ ଶର୍ମା । ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ । ଫିଲ୍ମର ଅଧିକାଂଶ ସୁଟିଂ ମଧ୍ୟ ପ୍ରଦେଶରେ ହୋଇଛି ।

ଫିଲ୍ମରେ ବରୁଣ ଧାୱନ ଦରଜୀ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ ବରୁଣଙ୍କ ଭିନ୍ନ ଚରିତ୍ର ଫିଲ୍ମକୁ ଅଧିକ ଗୁରୁତ୍ୱ ଦେଉଛି । ଯଦିଓ ବେଶ ପୋଷାକରେ ଅନୁଷ୍କା ଗାଉଁଲି ଭଳି ମନେ ହେଉଛନ୍ତି ତଥାପି ତାଙ୍କ ମୁହଁର ଏକ୍ସପ୍ରେସନ ଖାପ ଖାଉନି । ବିଭିନ୍ନ ବାଧାବିଘ୍ନ ପରେ ସେମାନେ ଅସମ୍ଭବକୁ ସମ୍ଭବ କରିଛନ୍ତି । ଶେଷରେ ସେମାନଙ୍କ ସ୍ୱପ୍ନ ପୂରା ହୋଇଛି ।
ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଏକ ନୂଆ କାହାଣୀ ଭାବରେ ପରଦାକୁ ଆସିବ । କାହାଣୀ ଗ୍ରାମର ପୃଷ୍ଠଭୂମି ଉପରେ ଆଧାରିତ । ଫିଲ୍ମ ଏହି ବର୍ଷ ୨୮ ସେପ୍ଟେମ୍ବରକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More