Only for Entertainment

ନିଜ ଜାହାଜ ନିଜେ ଉଡାଇ ଭାରତରେ ପହଂଚିଲେ ମୋଦିଙ୍କ ଅତିଥି ।

punjab kesari
0 41

ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଏବଂ ଇଣ୍ଡୋ ଏସିଆନ ସମିଟରେ ଭାଗ ନେବା ପାଇଁ ପହଂଚିଥିବା ଦୁନିଆର ସବୁଠାରୁ ରାଜଗୀୟ ଲୋକ ମାନଙ୍କ ମଧ୍ୟରୁ ଜଣେ ବ୍ରୁନେଇର ସୁଲତାନ ଇସନାଲ ବୋଲ୍କିୟାହଙ୍କ ଅନ୍ଦାଜକ ଦେଖି ଲୋକଙ୍କ ଆଖି ଖୋଲା ରହିଗଲା । ଏଭଳି ଏକ ଆଶ୍ର୍ଚ୍ୟଜନକ ଘଟଣା ଦେଖିବାକୁ ମିଳିଛି ଗଣତନ୍ତ୍ର ଦିବସରେ । ବାସ୍ତବାରେ ମୋଦିଙ୍କର ଏହି ଅତିଥି ବ୍ରୁନେଇର ସୁଲତାନ ନିଜେ ତାଙ୍କର ପ୍ଲେନ ଉଡ଼ାଇ ଦିଲ୍ଲୀରେ ପହଂଚିଲେତ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ।

୭୧ ବର୍ଷୀୟ ସୁଲତାନ ଯେତେବେଳେ ଭାରତରେ ପହଂଚିଲେ ସେହି ସମୟରେ ଏହି କାରଣ ପାଇଁ ତାଙ୍କ ଦେଶର ଲୋକଙ୍କୁ ଲୋକପ୍ରିୟ କରିଦେଲେ । କିଛି ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସୁଲତାନଙ୍କର ଜାହାଜ ଉଡାଇବାର ସୌକ ଅଛି । ଏହା ପୂର୍ବରୁ ଯେତେବେଳେ ୨୦୦୮ ଏବଂ ୨୦୧୨ରେ ସେ ଭାରତ ଆସିଥିଲେ ସେତେବେଳେ ମଧ୍ୟ ସେ ତାଙ୍କର ଜାହାଜ ନିଜେ ଉଡାଇଥିଲେ । ସୁଲତାନଙ୍କର ୭୪୭-୪୦୦ ଜମ୍ବୋ ଜେଟକୁ ଉଡାଇବା ପାଇଁ ପାଇଲଟଙ୍କ ଟିମ ରହିଛି । ଗତ ବର୍ଷ ୫ ଅକ୍ଟେବାରକୁ ସୁଲତାନ ନିଜ ରାଜଗାଦୀ ସମ୍ଭାଳିବାର ୫୦ ବର୍ଷ ସେଲିବ୍ରେଟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More